
ମୋହନା, ୦୮/୦୫/୨୧ (ଜିଲ୍ଲା ଖବର) : ଢୋ ଢା ବାଣ ଫୁଟୁଥିଲା, ଭୋଜିଭାତର ଆୟୋଜନ ବି ଜମାଣିଆ ହୋଇଥିଲା। ହେଲେ କରୋନା କାଳରେ ଏମିତି ଆୟୋଜନ ଖବର ପାଇଲେ ତହସିଲଦାର। କିନ୍ତୁ ଅମାନିଆ କଣ ମାନିବେ, ଓଲଟା ଆଇନକୁ ହାତକୁ ନେଇଗଲେ। ତହସିଲଦାର ପ୍ରୋସେସନ ରୋକିବାକୁ ଆସୁଥିବା ଖବର ପାଇଁ ଏକାଠି ମେଳି କରି ମାରି ଗୋଡେଇଲେ। ଏମିତି ମାରିଲେ ଯେ, ତହସିଲଦାରଙ୍କ ମୁଣ୍ଡ ଫାଟିଲା, ଲହୁ ଲୁହାଣ ହେଇ ତହସିଲଦାର ଦଉଡିଲେ ଡାକ୍ତରଖାନା । ଆମେ କହୁଥିବା ଘଟଣାଟି ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଛେଳିଗଡ ଗ୍ରାମର। ଏହି ଗ୍ରାମର ଖ୍ରୀଷ୍ଟିୟାନ ସାହିରେ କାଲି ଘଟିଛି ଏହି ଅଭାବନୀୟ ଘଟଣା । କୋଭିଡ ନିୟମ ଭାଙ୍ଗି ଗାଁରେ ବାହାଘର ପ୍ରୋସେସନ ଚାଲିଥିଲା। ଆସତବାଜି ଫୁଟାଇବା ସହ ଭୋଜିଭାତର ଆସର ଚାଲିଥିଲା । ଘଟଣାସ୍ଥଳରେ ଆର ଉଦୟଗିରି ତହସିଲଦାର ସ୍ମୃତୀରଞ୍ଜନ ଶତପଥି ପହଞ୍ଚିଥିଲେ। କାର୍ଯ୍ୟକ୍ରମକୁ ବାରଣ କରିବାରୁ ଶତାଧିକ ଲୋକେ ତାଙ୍କୁ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରି ପକାଇଥିଲେ ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ କୋଭିଡ୍ ନିୟମ ଠିକ୍ ଭାବେ ପାଳନ କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି। ହେଲେ କିଛି ଅମାନିଆ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି।



