Thursday, November 12, 2026
Home ଆଞ୍ଚଳିକ କରୋନା ପଜିଟିଭ ହେଲେ କଙ୍ଗନା

କରୋନା ପଜିଟିଭ ହେଲେ କଙ୍ଗନା

14

ନୂଆଦିଲ୍ଲୀ, ୦୮/୦୫/୨୧ (ଜିଲ୍ଲା ଖବର) : କରୋନା ସଂକ୍ରମିତ ହେଲେ ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ  କଙ୍ଗନା ରାଣାଓ୍ବତ । ଏନେଇ ସେ ଇନଷ୍ଟାଗ୍ରାମ୍ ମାଧ୍ୟମରେ ଏହାର ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ମୋ ଶରୀରରେ ଏହି ଜୀବାଣୁ ବାସ କରୁଥିବା, ମୋର କୌଣସି ଧାରଣା ନଥିଲା । ଏବେ ସେ ନିଜକୁ କ୍ବାରେଣ୍ଟାଇନ ବା ସଙ୍ଗରୋଧ କରିଛନ୍ତି । ଏହା ସହିତ ସେ  ସଂକ୍ରମଣକୁ  ଏକ ସାଧାରଣ ରୋଗ ବୋଲି କହିଛନ୍ତି । ସେ ନିଜର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଧ୍ୟାନ କରୁଥିବା ଦେଖିବାକୁ ମିଳୁଛି । ଫଟୋ କ୍ୟାପସନରେ କଙ୍ଗନା ଲେଖିଛନ୍ତି ଯେ, ‘ମୁଁ ଗତ କିଛି ଦିନ ହେବ ଆଖିରେ ଜ୍ବଳନ ଅନୁଭବ କରୁଥିଲି । କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରୁଥିଲି । ହିମାଚଳ ଯିବାକୁ ଚିନ୍ତା କରୁଥିଲି । ତେଣୁ ଗତକାଲି ମୁଁ କରୋନା ଟେଷ୍ଟ କରାଇଥିଲି । ଏହାପରେ ରିପୋର୍ଟ ପଜିଟିଭ୍ ଆସିଲା ।

ଏବେ ମୁଁ ସବୁ ପ୍ରକାର ଚେଷ୍ଟା କରଉଛି ,ସଂକ୍ରମଣକୁ ହରାଇବା ପାଇଁ । ସମେସ୍ତ ନିଜର ମାନସିକ ଦୃଢତା ଆଣିବା ନିହାତି ଆବଶ୍ୟକ ।