Monday, October 12, 2026
Home ଆଞ୍ଚଳିକ ସେବା ପରିବର୍ତ୍ତେ ରୋଗୀଙ୍କୁ କରୁଛନ୍ତି ଗାଳିଗୁଲଜ

ସେବା ପରିବର୍ତ୍ତେ ରୋଗୀଙ୍କୁ କରୁଛନ୍ତି ଗାଳିଗୁଲଜ

21

କେନ୍ଦୁଝର,୦୮/୦୫/୨୧ (ଜିଲ୍ଲା ଖବର) : ନର୍ସଙ୍କ ଦବଙ୍ଗଗିରି । ସେବା ପରିର୍ବତ୍ତେ ରୋଗୀଙ୍କୁ ଗାଳି ଗୁଲଜ କରୁଛନ୍ତି ନର୍ସ । କେନ୍ଦୁଝର ସାହାରପଡ଼ା ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଆସିଲା ଭାଇରାଲ ଭିଡିଓ । ଡାକ୍ତରଖାନାକୁ ଆସିଥିବା ରୋଗୀଙ୍କୁ ଦିଦିଙ୍କ ଧମକ ଭିଡିଓ ଏବେ ଭାଇରାଲ ହୋଇଛି। କରୋନାରୁ ସୁସ୍ଥ ହେବା ପରେ ଦୁର୍ବଳ ଅନୁଭବ କରିବାକୁ ଡାକ୍ତରଖାନା ଆସିଥିଲେ ଈଶ୍ବର ସାମଲ । ହେଲେ ୧ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ସେବା ଦେବା ବଦଳରେ ଫୋନ ଦେଖିବାରେ ବ୍ୟସ୍ତ ଥିଲେ ନର୍ସ ସୁଭାସିନୀ ସେଠୀ । ଏହି କଥା ପଚାରିବାରୁ ରାଗି ଯାଇ ମାରି ଗୋଡ଼ାଇଲେ ଦିଦି । ମହାମାରୀ ମୁକାବିଲା ପାଇଁ ନର୍ସ ମାନଙ୍କୁ ସରକାର କରୋନା ଯୋଦ୍ଧାର ଆକ୍ଷା ଦେଇଛନ୍ତି । ହେଲେ ନର୍ସଙ୍କ ଏଭଳି ବ୍ୟବହାର ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ କରିଛି