ବିଦ୍ୟୁତ ଖୁଣ୍ଟ ଚୋରି ବେଳେ ଧରିଲେ ଗ୍ରାମବାସୀ

39

ସୁବର୍ଣ୍ଣପୁର, ୦୮/୦୫/୨୧ (ଜିଲ୍ଲା ଖବର): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅଞ୍ଚଳରୁ ଲୁହା ବିଦ୍ୟୁତ ପୋଲ(ଖୁଣ୍ଟ) ଚୋରି କରୁଥିବା ଗ୍ୟାଙ୍ଗ ସକ୍ରିୟ ହୋଇଛନ୍ତି । ମାଟୁପାଲି ଗାଁ ପାଖରେ ଲୁହା ଇଲେକ୍ଟ୍ରିକ ପୋଲ ଚୋରି କରୁଥିବା ବେଳେ ଗାଁ ଲୋକେ ଜଣେ ଚୋରକୁ କାବୁ କରି ଉଲୁଣ୍ଡା ପୋଲିସକୁ ଜିମା ଦେଇଛନ୍ତି । ବାକି ୪ ଜଣ ଫେରାର ହୋଇ ଯାଇଛନ୍ତି । ଚୋରି କାମରେ ବ୍ୟବହାର ହେଉଥିବା ଗୋଟିଏ ବୋଲେରୋ ଗାଡି ଓ ଗ୍ୟାସ କଟର ମଧ୍ୟ ଜବତ ହୋଇଛି । ଉଲୁଣ୍ଡା ଅଞ୍ଚଳରେ ନୂତନ ଗ୍ରୀଡ଼ କାମ ପାଇଁ ପୋତାଯାଇଥିବା ଲୁହା ବିଦ୍ୟୁତ ପୋଲକୁ ଗ୍ୟାସ କଟର ମାଧ୍ୟମରେ କାଟି ଏମାନେ ଚୋରି କରୁଥିଲେ । ବିଳମ୍ବିତ ରାତିରେ ଏହି ଗ୍ୟାଙ୍ଗ ମାଟୁପାଲିଠାରେ ଲୁହା ବିଦ୍ୟୁତ ଖୁଣ୍ଟ ଗ୍ୟାସ କଟର ଦ୍ୱାରା କାଟୁଥିବା ବେଳେ ଦେଖିଥିଲେ ଏବଂ ଗ୍ରାମବାସୀଙ୍କୁ ଦେଖି ୪ ଜଣ ଫେରାର ମାରିଥିବା ବେଳେ ଜଣେ ଗାଁ ଲୋକଙ୍କ ହାବୁଡ଼ରେ ପଡିଯାଇଥିଲା । ଜଣକୁ କାବୁ କରି ଉଲୁଣ୍ଡା ପୋଲିସକୁ ଜିମା ଦେଇଛନ୍ତି ଗାଁ ଲୋକେ । ପୂର୍ବରୁ ମଧ୍ୟ ଲୁହା ବିଦ୍ୟୁତ ଖୁଣ୍ଟ ଚୋରି ନେଇ ଉଲୁଣ୍ଡା ଥାନାରେ ମାମଲା ରୁଜୁ ହୋଇଥିଲା । ଉଲୁଣ୍ଡା ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହିତ ଅନ୍ୟ ଫେରାର ଅଭିଯୁକ୍ତକୁ ଖୋଜୁଛି ।