
ନୂଆଦିଲ୍ଲୀ, ୦୮/୦୫/୨୧ (ଜିଲ୍ଲା ଖବର) : ନିଜର ନ ହେଲେ ବି ନିଜର ପରି ସାହା ହୁଅନ୍ତି। ଭାଙ୍ଗି ପଡୁଥିବା ମନୋବଳ ପୁଣି ସଳଖି ହୋଇ ଠିଆ ହୁଏ ସେଇମାନଙ୍କ ପାଇଁ। ମରଣ ମୁହଁରେ ଥିବା ମଣିଷକୁ ଜୀବନ ଜିଇଁବାର ଆଶା ଦେଖାଉଥିବା ସେହି `ପର’ ଲୋକମାନଙ୍କ ଆପଣା ପଣିଆକୁ ସେ ମଥା ନୁଆଁଇ ମୁଣ୍ଡିଆ ମାରିଛନ୍ତି। ଯୋଡି ହୋଇପଡିଥିବା ହାତ ଆଉ ନଇଁ ଯାଇଥିବା ମଥାରେ ସେ ଈଶ୍ବରଙ୍କୁ ଧନ୍ୟବାଦ୍ ଦେଇ ମାନବିକତାକୁ ସଲାମ୍ କରିଛନ୍ତି ।
ଆମେ କହୁଥିବା କଥା ହେଉଛି ବଲିଉଡର ହ୍ୟାଣ୍ତସମ୍ ହଙ୍କ କାର୍ତ୍ତିକ ଆର୍ଯ୍ୟନଙ୍କ କଥା।
ପରିସ୍ଥିତି ଯେତେ ବି କଠିନ ହେଇ ହେଉନା କାହିଁକି, ଯଦି ସବୁ ପରିସ୍ଥିତିରେ ନିଜ ଆପଣାର ଲୋକ ପାଖରେ ଥାଆନ୍ତି, ତେବେ ବାଧା ବିଘ୍ନକୁ ଲୋକେ ସାହାସ ଏବଂ ଧର୍ଯ୍ୟର ସହିତ ସାମ୍ନା କରିଥାନ୍ତି । ଯେପରିକି ଏବେ କରୋନା ଭାଇରସକୁ ନେଇ ସାରା ଦେଶବାସୀ ଭୟଭୀତ । କରୋନା ଏବେ ଅନେକ ଲୋକଙ୍କୁ ନିଜ ଆପଣାର ଲୋକଙ୍କ ଠାରୁ ଛଡେଇ ନେଉଥିବା ଦେଖିବାକୁ ମିଳୁଛି । କହିବାକୁ ଗଲେ ଏବେ ଚାରିଆଡେ ସାହାଯ୍ୟ ମାଗୁଥିବାର ସ୍ବର ଶୁଣିବାକୁ ମିଳୁଛି । ତେବେ ଏପରି ପରିସ୍ଥିତିରେ ସରକାରଙ୍କ ସମେତ, ଅନେକ ସେଲିବ୍ରେଟି ଲୋକମାନଙ୍କ ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଏହି ପରିସ୍ଥିତିରେ କେହି ଏବେ ଦେଖୁ ନାହାଁନ୍ତି ପର,ଆପଣା ।
ଅଜଣା , ଅପରିଚିତ ଲୋକଙ୍କୁ ମଧ୍ୟ ଆପଣାର ଭାବି ,ଏବେ ଅନେକ ସାହାଯ୍ୟର ହାତ ବଢାଉଛନ୍ତି । ଏବେ ଏମିତି ଅନେକ ବ୍ୟକ୍ତି ଙ୍କୁ ଦେଖିବାକୁ ମିଳୁଛି ଯିଏକି, ଅନ୍ୟର ସାହାଯ୍ୟ ପାଇଁ ପାଖରେ ଛିଡା ହେଉଛନ୍ତି । ଏପରି ମାନବିକତାକୁ ସଲାମ୍ କରି ବଲିଉଡ ଅଭିନେତା କାର୍ତ୍ତିକ୍ ଆର୍ଯ୍ୟନ ନତମସ୍ତକ ହୋଇ ଲୋକମାନଙ୍କର ମଙ୍ଗଳ କାମନା କରୁଛନ୍ତି ।
ଆଜ୍ଞା ହଁ, ସୋସିଆଲ ମିଡିଆରେ ଗୋଲ୍ଡେନ ଟେମ୍ପୁଲରେ ନେଇଥିବା ଏକ ପୁରୁଣା ଫଟୋ ସେୟାର କରି ଅଭିନେତା କାର୍ତ୍ତିକ୍ ଆର୍ୟ୍ୟନ କରୋନା କାଳରେ ସମସ୍ୟାର ସମ୍ମୁଖୀନ କରୁଥିବା ଲୋକଙ୍କ ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି । ସେ ଲେଖିଛନ୍ତି ଯେ, ଏପରି ଘଡିସନ୍ଧି ସମୟରେ ମାନବିକତା ଉପରେ ମୋର ପୁଣି ଭରଷା ଆସି ଯାଇଛି । କେମିତି ଆଗକୁ ଆସି ଲୋକମାନେ ଛୋଟ-ବଡ ସାହାଯ୍ୟ କରୁଛନ୍ତି ,ଏହା ମୋ ହୃଦୟକୁ ଛୁଇଁ ଯାଉଛି । ମୁଁ ସମସ୍ତଙ୍କ ପାଇଁ ଏକ ଭଲ ଆସନ୍ତାକାଲି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ‘ ।
ପ୍ରକାଶ ଥାଉକି, ପୂର୍ବରୁ ମଧ୍ୟ କାର୍ତ୍ତିକ୍ ଆର୍ଯ୍ୟନ ସୋସିଆଲ ମିଡିଆ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ସହିତ,ମାସ୍କ ପିନ୍ଧିବା ,ସାମାଜିକ ଦୂରତା ବଜାୟ ରଖିବା ପାଇଁ କହୁଥିଲେ ।






