Wednesday, November 11, 2026
Home ଆଞ୍ଚଳିକ ଓଲଟିଲା ସ୍ପିରିଟ ବୋଝେଇ ଟ୍ୟାଙ୍କର

ଓଲଟିଲା ସ୍ପିରିଟ ବୋଝେଇ ଟ୍ୟାଙ୍କର

10

ବ୍ରହ୍ମପୁର, ୦୮/୦୫/୨୧ (ଜିଲ୍ଲା ଖବର) : ମୁଖ୍ୟରାସ୍ତାରେ ଓଲଟିଲା ସ୍ପିରିଟ ବୋଝେଇ ଟ୍ୟାଙ୍କର। ବ୍ରହ୍ମପୁର-ଭଞ୍ଜନଗର ମୁଖ୍ୟ ରାସ୍ତା ଗାଙ୍ଗପୁର ଥାନା ଗୋବରା ନିକଟରେ ଘଟିଛି ଏଭଳି ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା ସ୍ପିରିଟ ବୋଝେଇ ଟ୍ୟାଙ୍କର। ଏଥିରେ ଡ୍ରାଇଭର ଗୁରୁତର ଆହତ ହୋଇଥିଲା ବେଳେ ହେଲପର ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ଖବର ପାଇ ଗାଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲା। ବୌଦ୍ଧରୁ ଆସ୍କା ଅଭିମୁଖେ ଟ୍ୟାଙ୍କରଟି ଆସୁଥିଲା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅନ୍ୟପକ୍ଷରେ ଟ୍ୟାଙ୍କରରୁ ସ୍ପିରିଟ ଲିକ ହେଉଥିବାରୁ ସେହି ରାସ୍ତାରେ ଯାତାୟାତ କରିବାକୁ ପୋଲିସ ପକ୍ଷରୁ ବାରଣ କରାଯାଇଥିଲା। ମାତ୍ର ଏବେ ପୁଲିସ ଓ ଅଗ୍ନିଶମ ବାହିନୀର ମିଳିତ ଉଦ୍ୟମରେ ଗାଡ଼ିଟିକୁ ହଟାଯିବା ପରେ ଗମନାଗମନ ସ୍ବାଭାବିକ ହୋଇଛି।