ଅଳିଆଗଦାରୁ ନିଆଁ ଲାଗି ପୋଡିଗଲା ସେଲୁନ

15

ସୁବର୍ଣ୍ଣପୁର, ୦୮/୦୫/୨୧ (ଜିଲ୍ଲା ଖବର) : ଅଳିଆଗଦାରୁ ନିଆଁ ଲାଗି ପୋଡିଗଲା ସେଲୁନ । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ସହରର ସାମ୍ବାଦିକ ଭବନ ନିକଟରେ ଘଟିଛି ଅଘଟଣ । ଦୋକାନ ପଛ ପଟେ ପଡିଥିବା ମଇଳା ଗଦାରେ କେହି ଜଣେ ନିଆଁ ଲଗାଇ ଦେଇଥିଲା । ମଇଳାଗଦା ଜଳି ଜଳି ନିକଟରେ ଥିବା ଏକ ସେଲୁନରେ ନିଆଁ ଲାଗିଯାଇଥିଲା । କାଠରେ ତିଆରି ହୋଇଥିବା ଦୋକାନଟି ନିଆଁର ଆଁରେ ପାଉଁସ ହୋଇଯାଇଥିଲା । ନିଆଁର ପ୍ରକୋପ ଏତେ ପ୍ରଖର ଥିଲା ଯେ ନିମିଶକେ ଜଳି ପୋଡି ପାଉଁସ ହୋଇଯାଇଥିଲା ଦୋକାନ । ପାଖରେ ଥିବା କିଛି ଲୋକ ଦେଖି ସାଙ୍ଗେ ସାଙ୍ଗେ ଅଗ୍ନଶମ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନି ପହଂଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଦୋକାନଟି ସମ୍ପୁର୍ଣ୍ଣ ଭାବେ ପୋଡି ଯାଇ ଛାରଖାର ହୋଇଯାଇଛି । ପାଖରେ ଥିବା ଦୋକାନରେ ନିଆଁ ଲାଗିବା ପୁର୍ବରୁ ଦମକଳ ବାହିନି ନିଆଁକୁ ଲିଭାଇବାରେ ସକ୍ଷମ ହୋଇଛନ୍ତି । ତେବେ ସେଲୁନ ଭିତରେ ଥିବା ସମସ୍ତ ଆସବାବ ପତ୍ର ପୋଡି ଛାରଖାର ହୋଇ ଯାଇଛି ।