Wednesday, November 11, 2026
Home ଆଞ୍ଚଳିକ କିରଣ ଖେର ନେଲେ କରୋନା ଭ୍ୟାକସିନର ଦ୍ବିତୀୟ ଡୋଜ୍

କିରଣ ଖେର ନେଲେ କରୋନା ଭ୍ୟାକସିନର ଦ୍ବିତୀୟ ଡୋଜ୍

6

ନୂଆଦିଲ୍ଲୀ ,୦୮/୦୫/୨୧ (ଜିଲ୍ଲା ଖବର) : କିଛି ଦିନ ପୂର୍ବରୁ ଅଭିନେତ୍ରୀ କିରଣ ଖେରଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିବା କଥା ସାମ୍ନାକୁ ଆସିଥିଲା ।  କ୍ୟାନସରରେ ସେ ପୀଡିତ ଥିଲେ । ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କିରଣ ଖେରଙ୍କ ସ୍ୱାମୀ ଅନୁପମ ଖେର କିରଣଙ୍କ ସ୍ୱାସ୍ଥ୍ୟ ସମ୍ପର୍କୀତ ସୂଚନା ଦେଇ କହିଥିଲେ ଯେ, ସେ ଏବେ ଠିକ୍ ଅଛନ୍ତି ଏବଂ କରୋନା ଭ୍ୟାକସିନ୍ ର ଦ୍ବିତୀୟ ଡୋଜ ନେଇଛନ୍ତି । ଏହା ସହିତ ସେ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହା ସହିତ ମଝିରେ ମଝିରେ ଅନୁପମ୍ ଖେର କିରଣଙ୍କର ସ୍ୱାସ୍ଥ୍ୟ ସମ୍ପର୍କୀତ ସୂଚନା ଦେଉଥିବା ଦେଖିବାକୁ ମିଳେ ।

ଅନୁପମ ଇନଷ୍ଟାଗ୍ରାମରେ ଭ୍ୟାକସିନ ସେଣ୍ଟରରୁ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ପୁରା ପରିବାର ସହିତ ନଜର ଆସୁଛନ୍ତି । ଭ୍ୟାକସିନ୍ ଲଗାଇବା ସମୟରେ ଭିଡିଓ ସେୟାର କରିଛନ୍ତି । ଏହା ସହିତ କିରଣଙ୍କର ଲାଟେଷ୍ଟ ଫଟୋ ସେୟାର କରିଛନ୍ତି ।

ଧଳା ଆଉଟଫିଟ ସହିତ, ମୁହଁରେ ମାସ୍କ ଲଗାଇ ଏକଦମ୍ ଭିନ୍ନ ଅନ୍ଦାଜରେ ନଜର ଆସୁଛନ୍ତି କିରଣ । ପ୍ରକାଶ ଥାଉକି, କିରଣ ଖେର ବ୍ଲଡ କ୍ୟାନସର ସହ ଲଢେଇ କରୁଛନ୍ତି । କିଛି ଦିନ ପୂର୍ବରୁ ଚଣ୍ଡିଗଡର ବିଜେପି ମେମ୍ବର ଅରୁଣ ସୁଦ୍ ଏକ ସ୍ପେସାଲ ପ୍ରେସ୍ କନଫରେନ୍ସରେ କିରଣଙ୍କ ରୋଗ ବିଷୟରେ ଖୁଲାସା କରିଥିଲେ ।

ତେବେ କିରଣ କରୋନା ଭ୍ୟାକସିନ ର ପ୍ରଥମ ଡୋଜ୍ ନେବା ପରେ ମଧ୍ୟ ନିଜ ଫଟୋ ସେୟାର କରିଥିଲେ । ସେ ଟ୍ବିଟ କରି କହିଥିଲେ ଯେ, ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ସେ କରୋନା ଭାଇରସ ଭ୍ୟାକସିନ୍ ର ପ୍ରଥମ ଡୋଜ୍ ନେଇଛନ୍ତି । ଆଉ ଏବେ ସେ ଏହାର ଦ୍ବିତୀୟ ଡୋଜ୍ ମଧ୍ୟ ନେଇଛନ୍ତି ।