Thursday, November 12, 2026
Home ଆଞ୍ଚଳିକ ୪ ଫୁଟ୍‌ ଲମ୍ବର ଡ଼ଲଫିନ୍ ଉଦ୍ଧାର

୪ ଫୁଟ୍‌ ଲମ୍ବର ଡ଼ଲଫିନ୍ ଉଦ୍ଧାର

8

ବାଲେଶ୍ୱର,୦୮/୦୫/୨୧ (ଜିଲ୍ଲା ଖବର) : ବାଲେଶ୍ୱର ଜିଲ୍ଲା ବାଲିଆପାଳ କଙ୍କଡ଼ାପାଳ ମୁହାଣ ନିକଟରୁ ଗତକାଲି ରାତିରେ ୪ ଫୁଟ୍‌ ଲମ୍ବର ଏକ ଡ଼ଲଫିନ୍ ଉଦ୍ଧାର କରାଯାଇଛି । ଡଲଫିନ୍‌ଟି ମୁହାଣ କୂଳରେ ଛଟପଟ ହେଉଥିବାବେଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଡଲଫିନ୍‌ର ପାଟିରୁ ରକ୍ତ ବାହାରୁଥିଲା । ଏହା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରି ବଂଚାଇବାକୁ ଚେଷ୍ଟା କରିଥିଲେ। ହେଲେ କିଛି ସମୟ ପରେ ଡଲଫିନ୍‌ଟି ମରି ଯାଇଥିଲା। ପରେ ଏନେଇ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ଆସି ଡଲଫିନ୍ ଜବତ କରିବା ସହ ଅଧିକ ତଦନ୍ତ କରୁଛି । ସମୁଦ୍ର ମଧ୍ୟକୁ ମାଛ ମାରିବା ପାଇଁ ଯାଉଥିବା ଯନ୍ତ୍ର ଚାଳିତ ଡଙ୍ଗା ଯୋଗୁଁ ଆଘାତ ପାଇ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।