Monday, November 16, 2026
Home ଆଞ୍ଚଳିକ ରାଜ୍ୟରେ ଚିହ୍ନଟ ହେଲେ 11807 ପଜିଟିଭ

ରାଜ୍ୟରେ ଚିହ୍ନଟ ହେଲେ 11807 ପଜିଟିଭ

6

ଭୁବନେଶ୍ୱର, ୦୮/୦୫/୨୧ (ଜିଲ୍ଲା ଖବର) :  ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଂଟାରେ ୧୧ ହଜାର ୮୦୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସକ୍ରମିତଙ୍କ ମଧ୍ୟରୁ  ସଂଗରୋଧରୁ ୬ ହଜାର ୬୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୫ ହଜାର ୧୯୪  ରହିଛି । ସୁନ୍ଦରଗଡ଼ରୁ  ସର୍ବାଧିକ ୧୯ଶହ ୨୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୫ଶହ ୧୦, କଟକରୁ ହଜାରେ ୫୨ । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୨୪ ହଜାର ୨୦୭ । ସୁସ୍ଥ ହୋଇଛନ୍ତି ୪ଲକ୍ଷ ୩୧ ହଜାର ୬୫୮ଜଣ । କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ୯୦ ହଜାର ୩୩୫ଜଣ ।