Wednesday, November 11, 2026
Home ଆଞ୍ଚଳିକ ବଢୁଛି ମୃତ୍ୟୁ ସଂଖ୍ୟା, ମହାମାରୀ ନେଲା ୨୧ ମୁଣ୍ଡ

ବଢୁଛି ମୃତ୍ୟୁ ସଂଖ୍ୟା, ମହାମାରୀ ନେଲା ୨୧ ମୁଣ୍ଡ

10

ଭୁବନେଶ୍ୱର,୦୮/୦୫/୨୧ (ଜିଲ୍ଲା ଖବର) :  ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୧ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ୨୧ ଆକ୍ରାନ୍ତ ଆଖି ବୁଜିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨ ହଜାର ୧୬୧କୁ ବୃଦ୍ଧି ପାଇଛି । ସେହିପରି, ରାଜ୍ୟରେ ଗତ ୨୪ ୧୧ ହଜାର ୮୦୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସକ୍ରମିତଙ୍କ ମଧ୍ୟରୁ  ସଂଗରୋଧରୁ ୬ ହଜାର ୬୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୫ ହଜାର ୧୯୪  ରହିଛି ।