Sunday, November 15, 2026
Home ଆଞ୍ଚଳିକ ଆଜି ୟୁରୋପିଆନ ପରିଷଦ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

ଆଜି ୟୁରୋପିଆନ ପରିଷଦ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

7

ନୂଆଦିଲ୍ଲୀ,୦୮/୦୫/୨୧ (ଜିଲ୍ଲା ଖବର) :  ଆଜି ୟୁରୋପିଆନ ପରିଷଦ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ୟୁରୋପୀୟ ପରିଷଦର ସଭାପତି ଚାର୍ଲ୍ସ ମିସେଲଙ୍କ ନିମନ୍ତ୍ରଣର ପ୍ରଧାନମନ୍ତ୍ରୀ ଏହି ବୈଠକରେ ଯୋଗ ଦେବେ । ଏହି ବୈଠକରେ ୟୁରୋପିଆନ ପରିଷଦର  ୨୭ ସଦସ୍ୟ ରାଷ୍ଟ୍ର ମଧ୍ୟ ସାମିଲ ହେବେ । ବୈଠକରେ ମୁଖ୍ୟ ଫୋକସ ରହିବ ବିଶ୍ଵରେ ମାହାମାରୀ କୋରୋନା ମୁକାବିଲା ଦିଗରେ ଆପୋଷ ସହଯୋଗର । ଭାରତରେ ସେକେଣ୍ଡ ଓ୍ୱେଭ୍  ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ଇୟୁ ସଦସ୍ୟ ରାଷ୍ଟ୍ରମାନଙ୍କ ସହ କରିବେ ଆଲୋଚନା ।  ଖାସକରି ଭାରତ-ଇୟୁ ଅର୍ଥନୈତିକ ଭାଗିଦାରୀ ତଥା ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗକୁ ମଜବୁତ କରିବା ଦିଗରେ ଆସନ୍ତାକାଲିରେ ଏହି ଆଲୋଚନା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ କୁହାଯାଉଛି ।