Wednesday, July 29, 2026
Home ଆଞ୍ଚଳିକ ମୃତ୍ୟୁ ପରେ ବି ବେଡରେ ପଡି ରହିଛି ଶବ

ମୃତ୍ୟୁ ପରେ ବି ବେଡରେ ପଡି ରହିଛି ଶବ

7

ନବରଙ୍ଗପୁର,୦୮/୦୫/୨୧ (ଜିଲ୍ଲା ଖବର) : ପୁଣି କୋଭିଡ ମେଡିକାଲରେ ଅବ୍ୟବସ୍ଥା। ସାମ୍ନାକୁ ଆସିଲା ସ୍ବାସ୍ଥ୍ୟସେବାର ବିକଳ ଚିତ୍ର। ମୃତ୍ୟୁ ପରେ ବି ବେଡରେ ପଡି ରହିଛି ଶବ । ଗୋଟିଏ ଘଣ୍ଟା ନୁହଁ କି ଦୁଇ ଘଣ୍ଟା ନୁହଁ ଦୀର୍ଘ ୧୦ ଘଣ୍ଟାରୁ ଅଧିକ ସମୟ ଧରି ବେଡରେ ପଡି ରହିଲା ଶବ। ନବରଙ୍ଗପୁରରୁ ଆସିଲା ହୃଦୟଥରା ଦୃଶ୍ୟ ।  ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ କିଛିଦିନ ତଳେ ନବରଙ୍ଗପୁର କୋଭିଡ ମେଡିକାଲରେ ଭର୍ତି ହୋଇଥିଲେ। ଶୁକ୍ରବାର ଦିନ 11ଟାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଅକ୍ସିଜେନ ଦିଆଯାଇଥିଲା । କିନ୍ତୁ ମୃତ୍ୟୁ ସହ ସଂଘର୍ଷ କରୁ କରୁ ହଠାତ୍ ତାଙ୍କ ପ୍ରାଣବାୟୁ ଚାଲିଯାଇଥିଲା।  ଏହାପରେ ଦୀର୍ଘ 10 ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଶବ ବେଡରେ ପଡି ରହିଥିଲା। କିନ୍ତୁ କେହି ତାଙ୍କୁ ଆଡ ଆଖିରେ ଦେଖିନଥିଲେ କିମ୍ବା ମୃତ୍ୟୁର ଖବର ତାଙ୍କ ପରିବାର ବର୍ଗକୁ ଦେଇ ନଥିଲେ । ଏହା ପରେ ସେହି ମେଡିକାଲରେ କରୋନାରେ ଆକ୍ରାନ୍ତ ହୋଇ ଭର୍ତି ହୋଇଥିବା ଜଣେ ମହିଳା ଏହି ଭିଡ଼ିଓଟିକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲ। ଭିଡ଼ିଓଟି ଭାଇରାଲ ହେବା ପରେ ମେଡିକାଲ କର୍ମଚାରୀ ଶବକୁ ସେଠାରୁ ଅନ୍ୟ ଏକ ଜାଗାକୁ ନେଇଯାଇଥିଲେ । ସବୁଠାରୁ ଆଶ୍ଚଯ୍ୟ ବିଷୟ ହେଉଛି ମୃତ ବ୍ୟକ୍ତିଙ୍କର ଶବ ଦୀର୍ଘ ସମୟ ଧରି ବେଡରେ ପଡିରହିଥିବା ସତ୍ବେ ଅନ୍ୟ ରୋଗୀଙ୍କୁ ମେଡିକାଲ କତ୍ତୃପକ୍ଷ ଖାଇବାକୁ ଦେଉଥିଲେ। କିନ୍ତୁ ମୃତ ବ୍ୟକ୍ତି ଜଣଙ୍କୁ ସେଠାରୁ ଅନ୍ୟତ୍ର ନେବା ପାଇଁ ପ୍ରୟାସ କରୁନଥିଲେ । ଏହା ଦେଖି ମେଡିକାଲରେ  ଭର୍ତି ହୋଇଥିବା ଅନ୍ୟ ରୋଗୀମାନେ ଭୟଭୀତ ହୋଇପଡ଼ିଥିଲେ ।