Monday, November 16, 2026
Home ଆଞ୍ଚଳିକ ଖଣ୍ଡଗିରି ନିକଟରେ ସଡକ ଦୁର୍ଘଟଣା, ମାଲ ବୋଝେଇ ଟ୍ରଲର ଡ୍ରାଇଭର ମୃତ

ଖଣ୍ଡଗିରି ନିକଟରେ ସଡକ ଦୁର୍ଘଟଣା, ମାଲ ବୋଝେଇ ଟ୍ରଲର ଡ୍ରାଇଭର ମୃତ

76

 ଭୁବନେଶ୍ୱର, ୦୮/୦୫/୨୧ (ଜିଲ୍ଲା ଖବର) : ଭୁବନେଶ୍ୱର ଖଣ୍ଡଗିରି ନିକଟରେ ସଡକ ଦୁର୍ଘଟଣା । ମାଲ ବୋଝେଇ ଟ୍ରଲର ଡ୍ରାଇଭର ମୃତ, ହେଲପର ଗୁରୁତର । ହେଲପର କୁ ଗୁରୁତର ଅବସ୍ଥାରେ ଏମ୍ସ ରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ମାଲ ବୋଝେଇ ଟ୍ରଲର ଖୋର୍ଦ୍ଧା ଆଡୁ ଭୁବନେଶ୍ୱର ଆସୁଥିଲା  ।  ଖଣ୍ଡଗିରି ଓଭର ବ୍ରିଜ ପଛକୁ ଥିବା ହୋମ୍ସରେ ବ୍ରେକ ମାରିଥିଲେ ଡ୍ରାଇଭର ।  ଫଳରେ ଗାଡିରେ  ଲୋଡ ହୋଇଥିବା କଣ୍ଟେନର ଚେନ ଛିଡି ଯାଇଥିଲା । କଣ୍ଟେନର ଟି ସିଧା ଇଞ୍ଜିନ ଉପରେ ଚଢିଯାଇଥିଲା । ଘଟଣା ସ୍ଥଳରେ ଡ୍ରାଇଭରର ମୃତ ହୋଇଥିଲା। ହେଲପର କୁ ଗୁରୁତର ଭାବେ ଉଦ୍ଧାର କରିଛନ୍ତି ଅଗ୍ନିଶମ ବିଭାଗ ।