କରୋନା ପାଇଁ କ୍ଷୀର ନେବାକୁ ମନା କରିଦେଲା ଦୁଗ୍ଧ ସମିତି, ରାସ୍ତାରେ କ୍ଷୀର ଢ଼ାଳି ପ୍ରତିବାଦ କଲେ ଚାଷୀ

10

ବୌଦ୍ଧ,୦୮/୦୫/୨୧ (ଜିଲ୍ଲା ଖବର) : ରାସ୍ତାରେ କ୍ଷୀର ଢ଼ାଳି ପ୍ରତିବାଦ କଲେ ଚାଷୀ । ବୌଦ୍ଧ ବ୍ଳକ ଜହ୍ନାପଙ୍କ ଚାରିଶମ୍ଭୁ ଦୁଗ୍ଧ ସମିତିରୁ କ୍ଷୀର ନେବା ପାଇଁ ଅମଙ୍ଗ ହେବାରୁ ଆଜି ସକାଳେ କ୍ଷୀର ବିକ୍ରି କରିବାକୁ ଆସିଥିବା ବିଭିନ୍ନ ଅଞ୍ଚଳର ୩୦ ଜଣ ଚାଷୀ ଜାତୀୟ ରାଜପଥ ନଂ୫୭ ର ଜହ୍ନାପଙ୍କ ଛକରେ ପ୍ରାୟ ୨୦୦ ଲିଟର କ୍ଷୀର ଢାଳିଦେଇ ପ୍ରତିବାଦ । ପ୍ରାୟ ୫ ବର୍ଷ ହେଲା ଏହି ସୋସାଇଟି ଓମ୍ଫେଡ଼ କୁ କ୍ଷୀର ଦେଇ ଆସୁଥିଲା  କିନ୍ତୁ ଗତ ଅଗଷ୍ଟ ମାସରେ ଚାଷୀଙ୍କ ତିନି ଦିନର କ୍ଷୀରକୁ ନିମ୍ନମାନର ଦର୍ଶାଇ ଟଙ୍କା ଦେଇନଥିଲା। ଫଳରେ ଚାଷୀମାନେ ଓମ୍ଫେଡ଼କୁ କ୍ଷୀର ଦେବାକୁ ମନାକରିଦେଲେ । ପରେ ଏକ ଘରୋଇ ସଂସ୍ଥାକୁ କ୍ଷୀର ଦେଇଅସୁଥିଲେ। ହେଲେ କରନାର ଦ୍ରୁତ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ୫ ତାରିଖରୁ ଲକଡ଼ାଉନ ଘୋଷଣା କରିଛନ୍ତି । ଦୋକାନ ବଜାର ବନ୍ଦ ଯୋଗୁଁ ଘରୋଇ ସଂସ୍ଥା କ୍ଷୀର ନେବାକୁ ମନାକରିଦେବାରୁ ୫ ତାରିଖରେ ସୋସାଇଟିର ସମ୍ପାଦକ ଶୁଭ୍ରାଂଶୁ ଶେଖର ମିଶ୍ର ବୌଦ୍ଧ ଜିଲ୍ଲାପାଳଙ୍କୁ ଭେଟି ଘଟଣା ସଂପର୍କରେ ଅବଗତ କରାଇଥିଲେ। ଜିଲ୍ଲାପାଳ ସି ଡି ଭି ଓ ଙ୍କୁ କହି ଏହାର ବ୍ୟବସ୍ଥା କରିବେ ବୋଲି କହିଥିଲେ। କିନ୍ତୁ ସିଡିଭିଓ କୌଣସି ସମାଧାନ ନକରିବାରୁ ବାଧ୍ୟହୋଇ ଆଜି ଚାଷୀମାନେ ବିକ୍ରୀ କରିବାକୁ ଆଣିଥିବା କ୍ଷୀରକୁ ରାସ୍ତା ଉପରେ ଢାଳି ଅସନ୍ତୋଷ ବ୍ୟକ୍ତ କରିଥିଲେ।