
ନୂଆଦିଲ୍ଲୀ, ୦୮/୦୫/୨୧ (ଜିଲ୍ଲା ଖବର) : ବଢ଼ୁଛି କରୋନା ସଂକ୍ରମଣ ମାମଲା। ଦେଶ ସହ ରାଜ୍ୟବାସୀ ଭୟଭୀତ ଅବସ୍ତାରେ ଅଛନ୍ତି। ଏଭଳି ସ୍ଥିତିରେ କରୋନା କାୟାରେ ବ୍ରେକ ଲଗାଇବାକୁ ଗୋଟିଏ ପରେ ଗୋଟିଏ ରାଜ୍ୟ ଲକଡାଉନ୍ ଘୋଷଣା କରୁଛନ୍ତି । ଏବେ ତାମିଲନାଡୁ ସରକାର ରାଜ୍ୟରେ ଦୁଇ ସପ୍ତାହ ଲକଡାଉନ୍ ଘୋଷଣା କରିଛନ୍ତି । ଆସନ୍ତା ୧୦ ତାରିଖରୁ ସମ୍ପୂର୍ଣ୍ଣ ଲକଡାଉନ୍ ହେବ ତାମିଲନାଡୁ । କେବଳ ଅତ୍ୟାବଶ୍ୟକ ଓ ଜରୁରିକାଳୀନ ସେବାକୁ ବାଦ ଦିଆଯିବ । ଦିନକୁ ଦିନ ତାମିଲନାଡୁରେ କରୋନା ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ତାମିଲନାଡୁରୁ ରେକର୍ଡ ୨୬ହଜାର ୪୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ଶହେରୁ ଅଧିକ ଜୀବନ ନେଉଛି କରୋନା । ଯାହାକୁ ଦୃଷ୍ଟିରେ ରଖି ଲକଡାଉନ ଘୋଷଣା କରାଯାଉଛି ।


