
ନୂଆଦିଲ୍ଲୀ , ୦୮/୦୫/୨୧ (ଜିଲ୍ଲା ଖବର) : କରୋନା ଭାଇରସର ଦ୍ବିତୀୟ ଲହରୀ ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି । ଯାହାକୁ ନେଇ ସମସ୍ତଙ୍କ ଚିନ୍ତା ମଧ୍ୟ ବଢିବାରେ ଲାଗିଛି । ଏହାରି ମଧ୍ୟରେ କରୋନା ସଂକ୍ରମିତ ଏବଂ ଅଭାବୀଙ୍କ ସାହାଯ୍ୟ କରିବାକୁ ଅନେକ ସେଲିବ୍ରେଟି ସାମ୍ନାକୁ ଆସୁଥିବା ଦେଖିବାକୁ ମିଳୁଛି । ସରକାର କରିଥିବା ଲକଡାଉନ ପାଇଁ ଏବେ ଅନେକଙ୍କ କାମ ବନ୍ଦ ହୋଇ ଯାଇଛି । ଯାହାକୁ ନେଇ ଅନେକ ଲୋକ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ଦୈନିକ ବେତନରେ କାମ କରୁଥିବା , ଅନେକ ଶ୍ରମିକଙ୍କ ଏହି ଅସୁବିଧାର ସାମ୍ନା କରୁଛନ୍ତି । ତେବେ ସେମାନଙ୍କ ପାଇଁ ସାହାଯ୍ୟର ହାତ ବଢାଇବାକୁ ପୁଣିଥରେ ଆଗକୁ ଆସିଛନ୍ତି ବଲିଉଡ ଅଭିନେତା ସଲମାନ୍ ଖାନ୍ ।
ଏଭଳି ଏକ ସଙ୍କଟ ପରିସ୍ଥିତିରେ ସଲମାନ୍ ଖାନ୍ ୨୫,୦୦୦ଶ୍ରମିକଙ୍କ ସାହାଯ୍ୟ କରିବା ପାଇଁ ନିଷ୍ପତି ନେଇଛନ୍ତି । ମିଡିଆ ରିପୋର୍ଟସ ମୁତାବିକ୍ ପ୍ରତି ୨୫,୦୦୦ ଶ୍ରମିକଙ୍କୁ ୧୫୦୦ଟଙ୍କା ଲେଖାଏଁ ଦାନ କରିବେ ସେ । ଏମାନଙ୍କ ମଧ୍ୟରେ ଖାସକରି ଟେକ୍ନିସିଆନ, ମେକଅପମ୍ୟାନ,ଷ୍ଟଣ୍ଟମ୍ୟାନ,ସ୍ପଟବୟ ସାମିଲ ଅଛନ୍ତି ।
ଏହା ପ୍ରଥମ ଥର ପାଇଁ ନୁହେଁ ଯେ, ସଲମାନ୍ ଖାନ୍ ସାହାଯ୍ୟର ହାତ ବଢାଇବାକୁ ଆଗକୁ ଆସିଛନ୍ତି । ଏହା ପୂର୍ବରୁ ମଧ୍ୟ ସେ ଲୋକମାନଙ୍କୁ ସାହାଯ୍ୟ କରିଥିବାର ଚିତ୍ର ସାମ୍ନାକୁ ଆସି ସାରିଛି ।




