
ନୂଆଦିଲ୍ଲୀ,୦୮/୦୫/୨୧ (ଜିଲ୍ଲା ଖବର) : କରେନାର ଦ୍ବିତୀୟ ଲହର ସମଗ୍ର ମାନବ ସମାଜ ପାଇଁ ଘାତକ ସାଜିଛି । ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଆଜି ଦେଶରେ ରେକର୍ଡ ସଂଖ୍ୟକ କରୋନା ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ୪୧୮୭ ଜଣଙ୍କ ମୁଣ୍ଡ ନେଇଛି କରୋନା । ସେପଟେ ଚତୁର୍ଥ ଥର ପାଇଁ ଦେଶରେ କରୋନା ସଂକ୍ରମଣ ୪ ଲକ୍ଷ ଟପିଛି। ସେହିପରି ଳଗାତର ତୃତୀୟ ଥର ପାଇଁ ସଂକ୍ରମଣ ୪ ଲକ୍ଷ ପାର କରିଛି । ଆଜି ଦେଶରେ ୪ ଲକ୍ଷ ୧ ହଜାର ୦୭୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୧୮ ଲକ୍ଷ ୯୨ ହଜାର ୬୭୬ରେ ପହଞ୍ଚିଛି। ସେହିପରି ୧ କୋଟି ୭୯ ଲକ୍ଷ ୩୦ ହଜାର ୯୬୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି । ଏଯାବତ ମୋଟ ୨ ଲକ୍ଷ ୩୮ ହଜାର ୨୭୦ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଦେଶ ଏବେ କୋଭିଡ୍ ମହାମାରୀର ଦ୍ବିତୀୟ ଲହର ସଂକ୍ରମଣ ସହ ଲଢ଼ୁଛି । ସଂକ୍ରମଣ ରୋକିବା ପାଇଁ ଅମ୍ଳଜାନ ଯୋଗାଣ ଓ ଟିକାକରଣକୁ ଗୁରୁତ୍ବ ଦିଆଯାଉଛି । କରୋନା ଆକ୍ରାନ୍ତଙ୍କ ଚିକିତ୍ସା ସୁବିଧା ନିମନ୍ତେ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ବିଭିନ୍ନ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ଓ ଆଇସିୟୁ ବେଡର ସଂଖ୍ୟା ବୃଦ୍ଧି ନିମନ୍ତେ କେନ୍ଦ୍ର ସରକାର ନିରନ୍ତର କାର୍ଯ୍ୟ ଜାରି ରଖିଛନ୍ତି ।


