Monday, November 16, 2026
Home ଆଞ୍ଚଳିକ ବ୍ରହ୍ମପୁର ଗସ୍ତରେ ପୋଲିସ ଡିଜି

ବ୍ରହ୍ମପୁର ଗସ୍ତରେ ପୋଲିସ ଡିଜି

12

ବ୍ରହ୍ମପୁର, : ବ୍ରହ୍ମପୁରରେ ପୋଲିସ ମହାନିର୍ଦ୍ଦେଶକ ଅଭୟ। ବ୍ରହ୍ମପୁର ସ୍ଥିତ ଡିଆଇଜିଙ୍କ ସମ୍ମିଳନୀ କକ୍ଷରେ କୋଭିଡ ନେଇ ଦକ୍ଷିଣାଞ୍ଚଳରେ କୋଭିଡ ସ୍ଥିତି ନେଇ କରିବେ ସମୀକ୍ଷା। 
ସମୀକ୍ଷା ବୈଠକରେ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସପି ପୀନାକ ମିଶ୍ର , ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ସାମିଲ ହେବେ । ପୋଲିସ ଡିଜି ଜିଲ୍ଲାର ସୀମାକୁ ଯାଇ କିଭଳି ଚାଲିଛି ଯାଞ୍ଚ ସେ ନେଇ ତଦାରଖ କରିବାର କାର‌୍ୟ୍ୟକ୍ରମ ରହିଥିବା ସୂଚନା । ଦିନିକିଆ ବ୍ରହ୍ମପୁର ଗସ୍ତରେ ଯାଉଛନ୍ତି ପୋଲିସ ଡିଜି ଅଭୟ । ସେ ଦକ୍ଷିଣ ଓଡ଼ିଶାରେ କୋଭିଡ ଏନଫୋର୍ସମେଣ୍ଟର ସ୍ଥିତି ସମୀକ୍ଷା କରିବେ । ବିଶେଷ କରି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସୀମାନ୍ତବର୍ତ୍ତୀ ଅଞ୍ଚଳରେ କିଭଳି ପୋଲିସର ଏନଫୋର୍ସମେଣ୍ଟ ଚାଲିଛି ତାର ଅନୁଧ୍ୟାନ କରିବେ ପୋଲିସ ଡିଜି ।