
ଜଟଣୀ,୭/୫(ଜିଲ୍ଲା ଖଵର) : ଲକଡାଉନ ସମୟରେ ଜଣେ ବୃଦ୍ଧବ୍ୟକ୍ତି କୈାଣସି କାର୍ଯ୍ୟରେ ସାଇକେଲ ନେଇ ବଜାରକୁ ଯାଇଥିବା ବେଳେ ସେଠାରୁ କେଉଁଆଡେ ନିଖୋଜ ହୋଇଯାଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ନିଖୋଜ ବୃଦ୍ଧ ଜଣଙ୍କ ହେଲେ ଜଟଣୀଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଅଂଚଳ ବଙ୍ଗାଳୀ କଲୋନୀର ତପନ କୁମାର ଭଟାଚାର୍ଯ୍ୟ(୭୨) । ଗୁରୁବାର ରାତିରେ ତପନ ସାଇକେଲ ନେଇ ହରିଭାଇନାଛକକୁ ଏକ କାର୍ଯ୍ୟରେ ଯାଇଥିଲେ । ବିଳମ୍ବ ହେବାରୁ ପରିବାର ଲୋକେ ଖୋଜିବାକୁ ଆସିଥିଲେ । ମାତ୍ର ତପନଙ୍କର କୈାଣସି ସୁଚନା ପାଇନଥିଲେ । ତେବେ ଏନେଇ ଆଖପାଖ ଅଂଚଳ,ଡାକ୍ତରଖାନା ଏବଂ ଥାନା ସହିତ ସମ୍ପର୍କିୟଙ୍କ ସହିତ ଯୋଗାଯୋଗ କରିଥିଲେ । ହେଲେ କୈାଣସି ସୁଚନା ପାଇନଥିଲେ । ତେଣୁ ଏନେଇ ତପନଙ୍କ ପୁଅ ନନ୍ଦନ ଜଟଣୀଥାନାରେ ଅଭିଯୋଗ କରିଛନ୍ତି ।
ରିପୋର୍ଟ, ସଞ୍ଜୀବ କୁମାର


