Friday, November 13, 2026
Home ଆଞ୍ଚଳିକ କରୋନା ସମୟରେ ମାନବିକତା ଦେଖାଇ ଚିମ୍ପୁ ମିଶ୍ର

କରୋନା ସମୟରେ ମାନବିକତା ଦେଖାଇ ଚିମ୍ପୁ ମିଶ୍ର

214

ଖୋର୍ଦ୍ଧା,୭/୫(ଜିଲ୍ଲା ଖଵର) : ଜଟଣୀ ବାଲିଛକ ସାହିର 85 ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିବା ପରେ ତାଙ୍କ ଅନ୍ତିମ ସଂସ୍କାର ପାଇଁ କେହି ବି ଆସିନଥିଲେ। ତାଙ୍କ ପରିବାର ସମସ୍ତେ କରୋନା ପଜେଟିଭ୍‌ ସେଥୀପାଇଁ ନିଜଲୋକ ଓ ସାହି ପଡିସା ଦେଖାଣାହାରି ଦେଖିଲେ ପଛେ ହାତ କେହି ଲଗେଇଲେ ନାହିଁ କାଳେ କରୋନା ହେଇଯିବ ନିଜ ରକ୍ତ ର ମଣିଷ ବି ପାଖ ମାଡି ନଥିଲେ। ଏହାର କାରଣ କରୋନା ମହାମାରୀ।ଉକ୍ତ ମହିଳାଙ୍କ ପୁଅ ବୋହୂ କରୋନା ପଜେଟିଭ ହୋଇ ଘରେ ସଙ୍ଗରୋଧ ରେ ରହୁଥିବାରୁ ମହିଳାଙ୍କୁ ମଧ୍ୟ କରୋନା ସଂକ୍ରମଣ ହୋଇଥିବା ଭାବି କେହି ପାଖ ମାଡ଼ି ନଥିଲେ।ଏହା ପରେ ଜଟଣୀ ବାଲିଛକ ସାହିର ଚିମ୍ପୁ ମିଶ୍ର ଓ ତାଙ୍କ 3ଜଣ ସାଙ୍ଗ ଆଗେଇ ଆସିଥିଲେ ଶବ ସତ୍କାର ପାଇଁ
ଆଦିତ୍ୟ ମହାରଥୀ,ଜି. ଶ୍ରୀନୁ,ମାନ ବେହେରା ଓ ସପନା ମିଶି ତାଙ୍କ ମର ଶରୀରକୁ ଘରୁ କାଢି ସ୍ଥାନୀୟ ସ୍ମଶାନ ରେ ଶବ ସତ୍କାର କରିଥିଲେ।

ରୀପୋର୍ଟ, ସଞ୍ଜୀବ କୁମାର