Thursday, November 12, 2026
Home ଆଞ୍ଚଳିକ ରାସ୍ତାକଡରୁ ମାଟିଖୋଳି ପାଣିପାଇପ ଚୋରି

ରାସ୍ତାକଡରୁ ମାଟିଖୋଳି ପାଣିପାଇପ ଚୋରି

31

ଖୋର୍ଦ୍ଧା,୭/୫(ଜିଲ୍ଲା ଖଵର) : ଜଟଣୀଥାନା ଅନ୍ତର୍ଗତ ତରାବୋଇ ଗ୍ରାମ୍ୟ ମୂଖ୍ୟରାସ୍ତାରେ ପଡିଥିବା ଜନସ୍ୱାସ୍ଥ୍ୟ ବିଭାଗର ପାଣି ପାଇପକୁ କେହି ଦୁର୍ବୁତ ମାଟିଖୋଳି ସେଥିରୁ ପାଇପ ଚୋରି କରିଥିବା ଅଭିଯୋଗ ହୋଇଛି । ମାତ୍ର ଏହି ମାଟିଖୋଳି ନେବାପରେ ସେଠାରେ ସୃଷ୍ଟି ହୋଇଥିବା ଗର୍ତରେ ପଡି ୭ ଆରୋହୀ ଆହତ ହୋଇଥିବା ଅଭିଯୋଗ ହୋଇଛି । ଏଥିବ୍ୟତିତ ବେଣାପଜଂରୀ ଅଂଚଳରୁ ଖୋର୍ଦ୍ଧା ସହରକୁ ପାନୀୟଜଳ ଯୋଗାଣ ବନ୍ଦ ହୋଇଯାଇଛି । ଏହିସବୁ ସମସ୍ୟାକୁ ଅଂଚଳବାସୀ ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କରିଥିବା ବେଳେ କେହି କିଛି ଶୁଣୁନଥିବା ତରାବୋଇ ଅଂଚଳବାସୀ କହିଛନ୍ତି । ସୁଚନାନୁସାରେ, ଜଟଣୀଥାନା ଅନ୍ତର୍ଗତ ବେଣାପଜଂରୀଠାରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାଇପ ମାଧ୍ୟମରେ ଖୋର୍ଦ୍ଧା ସହରକୁ ଜଳଯୋଗାଣ କରାଯାଉଥିଲା । ତେବେ ଏନେଇ ବେଣାପଜଂରୀରୁ ଭାୟା ତରାବୋଇ ଗ୍ରାମ୍ୟଦେଇ ମୂଖ୍ୟରାସ୍ତାକଡ ୪ଫୁଟ ଲେଖାଏଁ ଖୋଳାଯାଇ ଲୁହା ପାଇପ ସାହାଯ୍ୟରେ ଜଳଯୋଗାଣ ଲାଗି ବ୍ୟବସ୍ଥା କରାଯାଇଥିଲା । ତେବେ ୁ ପାଇପ ପୋତିବାପରେ ସେଥିରେ ମାଟିପକାଇ ସମତୁଲ କରାଯାଇଥିଲା । ଅନ୍ୟପଟେ ୨୦୧୮ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶୁଦ୍ଧ ଜଳଯୋଗାଣ ‘ବସୁଧା’ ଯୋଜନା ମାଧ୍ୟମରେ ଖୋର୍ଦ୍ଧା ସହରକୁ ପାନୀୟଜଳ ଯୋଗାଣ ହେବାପରେ ବେଣାପଜଂରୀରୁ ଖୋର୍ଦ୍ଧା ସହରକୁ ପାନୀୟଜଳ ଯୋଗାଣ ବନ୍ଦ କରାଯାଇଛି । ତେଣୁ ଏହି ପାଇପଗୁଡିକ ରାସ୍ତାକଡରେ ପଡିରହିଥିଲା । ତେଣୁ ଏହାର ସୁଯୋଗନେଇ କେତେକ ଦୁର୍ବୁତ ତରାବୋଇର ପଚାଂୟତ କାର୍ଯ୍ୟାଳୟ ସମୁଖ ମୂଖ୍ୟରାସ୍ତାରୁ ୨୦୦ଫୁଟରୁ ଉର୍ଦ୍ଧ୍ୱ ପାଇପକୁ ରାତିରେ ଚୋରିକରି ନେଇଯାଇଥିବା ବେଳେ ସେହିପରି ଗ୍ରାମର ନୂଆସାହୀ ମୂଖ୍ୟରାସ୍ତାରୁ କେହି ଦୁର୍ବୁତ ୪୦୦ଫୁଟ ପାଇପ ଚୋରି କରିନେଇଥିବା ତରାବୋଇ ସରପଚଂ ଅଭିଯୋଗ କରିଥିଲେ । ତେଣୁ ଏନେଇ ଖୋର୍ଦ୍ଧା ଜନସ୍ୱାସ୍ଥ୍ୟ ବିଭାଗ ଓ ପୁର୍ତବିଭାଗ ଘଟଣାସ୍ଥଳରେ ପହଁଚି ତଦନ୍ତ କରିବା ସହିତ ଗତମାସରେ ଖୋର୍ଦ୍ଧା ଜନସ୍ୱାସ୍ଥ୍ୟ ବିଭାଗଯନ୍ତ୍ରୀ ଭାଗିରଥୀ ଦାସ ଜଟଣୀଥାନାରେ ଅଭିଯୋଗ କରିଥିଲେ । ହେଲେ ଏହାର ଆଜି ପର୍ଯ୍ୟନ୍ତ କୈାଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ପୁଣି ଚୋରି ହୋଇଥିଲା ବୋଲି କହିଛନ୍ତି ଗ୍ରାମବାସୀମାନେ । ଅନ୍ୟପଟେ ପାଇପଚୋରି କରି ନେଇଯିବାପରେ ସେଠାରେ ୪ଫୁଟର ଖାତ ସୃଷ୍ଟି ହୋଇଥିଲା । ମାତ୍ର ଏହାକିଛିଦିନ ଏହିପରି ପଡିରହିବାପରେ ରାତିରେ ଯାଆସ କରୁଥିବା ପଥଚାରୀ,ଗାଡିଚାଳକ ପ୍ରଭୃତି ଏହି ଖାତରେ ପଡି ଆହତ ହୋଇଯାଇଥିଲେ । ଏହି କ୍ରମରେ ଏହି ଖାତରେ ପଡି ୭ ଜଣ ଆହତ ହୋଇଥିବା କୁହାଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଅନ୍ୟପକ୍ଷରେ ବେଣାପଜଂରୀଠାରେ କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଫିଲଟରବେସଟି ନଷ୍ଟ ହେବାରେ ଲାଗିଲାଣି । ଅନ୍ୟଥାରେ ଏଠାରେ ନିୟୋଜିତ କର୍ମଚାରୀମାନେ ରାଜସ୍ୱରୁ ଦରମା ନେଇ ବସିଛନ୍ତି । ସେହିପରି ଜଟଣୀବ୍ଲକ ଅନ୍ତର୍ଗତ ହରିପୁର,ତରାବୋଇ,ବେଣାପଜଂରୀ ଓ ତିରିମଲ ପଚାଂୟତଲାଗି ମେଗାପ୍ରକଳ୍ପ ମାଧ୍ୟମରେ ୨୦୦ରୁ ୩୦୦କୋଟି ବ୍ୟୟରେ ଜଳଯୋଗାଣ ବ୍ୟବସ୍ଥା କାର୍ଯ୍ୟାରମ୍ଭ ହେବ ବୋଲି କୁହାଯାଇଛି । ଏହି କାର୍ଯ୍ୟ ଏଲ ଆଣ୍ଡ ଟି ସଂସ୍ଥାକୁ ପ୍ରଦାନ କରାଯାଇଥିବା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସୁଚନା ମିଳିଛି ।