Sunday, November 15, 2026
Home ଆଞ୍ଚଳିକ ଫିରିଙ୍ଗିଆ ,କାର ସହ ୩୦କିଲୋ ଗଞ୍ଜାଇ ଜବତ

ଫିରିଙ୍ଗିଆ ,କାର ସହ ୩୦କିଲୋ ଗଞ୍ଜାଇ ଜବତ

55

ବାଲିଗୁଡା,୬/୫{ ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଂଚଳରୁ ଏକ କାର ରେ ଜେଜେଶ ପଙ୍ଗା ଅଂଚଳରୁ ଭୁବନେଶ୍ୱର କୁ ଗଞ୍ଜାଇ ଚାଲାଣ ହେଉଥିବା କୌଣସି ସୂତ୍ର ରୁ ଖବର ପାଇଁ ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ଙ୍କ ନିର୍ଦେଶ କ୍ରମେ ଏକ ପୋଲିସ ଟିମ ଫିଇଙ୍ଗିଆ ନୂଆପଦର ରାସ୍ତାର ଶିମିଳିସାହି ଠାରେ ଉକ୍ତ କାର କୁ ଜବତ କରିଥିଲେ | ତେବେ କାର ଟିକୁ ଜବତ କରି ଯାଞ୍ଚ କାଲା ସମୟରେ ଉକ୍ତ କାର ରୁ 30 କିଲୋ ଗଞ୍ଜାଇ ଜବତ କରିବା ସହ ଏହି ମାମଲାରେ ଜଣେ ନାବାଳକ ସହ ତିନି ଜଣକୁ ପୋଲିସ ଗିରଫ କରିଥିବା ସୂଚନା ମିକିଛି | ଗିରଫ ହୋଇଥିବା ଅଭିଯୁକ୍ତ ମାନେ ଫିଇଙ୍ଗିଆ ଥାନା ଜେଜେଶପାଙ୍ଗ ପଂଚାୟତ ଉପରଦାମୀଙ୍ଗିଆ ଗାଁର ଧନୁ ଡିଗାଲ ଓ ଅରୁଣ ଡିଗାଲ ଓ ନାବାଳକ ଜଣକ ଧନୁ ଡିଗାଲ ର ପୁଅ ବୋଲି ଜଣା ପଡିଛି | ଏହି ଘଟଣାରେ ଫିରିଙ୍ଗିଆ ଥାନାରେ କେଶ ନମ୍ବର 55/2021 ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି | ପୋଲିସ ଅଫିସର ପ୍ରଦିପ କୁମାର ରାଉଳ ସୂଚନା ଦେଇଛନ୍ତି |