
ବାଲିଗୁଡା, ୬/୫{ସୁକାନ୍ତ କୁମାର ତ୍ରିପାଠୀ} : କଂଗ୍ରେସ ଦଳ ର ଛାତ୍ର ସଂଗଠନ ଭାରତୀୟ ଜାତୀୟ ଛାତ୍ର ସଂଘ (ଏନ ଏସ ୟୁ ଆଇ) ର କନ୍ଧମାଳ ଜିଲ୍ଲା ସଭାପତି ଭାବେ ଅଂଶୁମାନ ପ୍ରିୟଦର୍ଶନ ଙ୍କୁ ମନୋନୀତ ହୋଇଥିବା ଜଣା ପଡ଼ିଛି | ସଂଗଠନ ର ପରାମର୍ଶଦାତା ସୋନିଆ ଗାନ୍ଧୀ ଏବଂ ଜାତୀୟ ସଭାପତି ନିରଜ୍ କୁଣ୍ଡନ ଙ୍କ ଦ୍ଵାରା ଅନୁମୋଦନ ପରେ ଜାତୀୟ ସମ୍ପାଦକ ରୋଷନ୍ ଲାଲ ଓଡ଼ିଶା ର 27 ଟି ଜିଲ୍ଲା ର ସଭାପତି ଙ୍କ ନାମ ଘୋଷଣା କରିଛନ୍ତି। ଅଂଶୁମାନ ଜିଲ୍ଲା ସଭାପତି ହେବା ପରେ ସଂଗଠନ ର ରାଜ୍ୟ ସଭାପତି ସାୟାଦ ଆସିର ନୱେଜ ଙ୍କ ସମେତ ଦଳୀୟ ନେତୃବୃନ୍ଦ ଙ୍କ ଥାରେ ତାଙ୍କର କୃତଜ୍ଞତା ଜ୍ଞାପନ କରିଛନ୍ତି ।ଅପର ପକ୍ଷେ ଅଂଶୁମାନ ଙ୍କ ସଭାପତି ହେବା ଖବର ରୁ ଜିଲ୍ଲା ଯୁବ ଗୋଷ୍ଠୀ ଅଧିକ ଉତ୍ସାହିତ ହେବା ସହ ବିଭିନ୍ନ ମହଲ ରୁ ଶୁଭେଛା ର ଶୁଅ ଛୁଟୁଛି।


