Monday, November 16, 2026
Home ଆଞ୍ଚଳିକ କନ୍ଧମାଳ କୋଭିଡ ଟୀକା ପାଇବାରୁ ବଞ୍ଚିତ , କାର୍ଯ୍ୟରତ ସାମ୍ବାଦିକ

କନ୍ଧମାଳ କୋଭିଡ ଟୀକା ପାଇବାରୁ ବଞ୍ଚିତ , କାର୍ଯ୍ୟରତ ସାମ୍ବାଦିକ

73

ବାଲିଗୁଡା,୬/୫ {ସୁକାନ୍ତ କୁମାର ତ୍ରିପାଠୀ} : କନ୍ଧମାଳ ଜିଲ୍ଲା ରେ ଆଜି ରାଜ୍ୟ ସରକାର ଙ୍କ ଘୋଷଣା କ୍ରମେ ୧୨୫ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ଅଗ୍ରାଧିକାର ଭିତିରେ ପ୍ରଥମ ଡୋଜ କୋଭିଶିଲଡ ଟୀକା ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲା ର ଫୁଲବାଣୀ,ବାଲିଗୁଡା, ଜି. ଉଦୟଗିରି, କ. ନୂଆଗାଁ, ଦାରିଙ୍ଗିବାଡି, କୋଟଗଡ, ତୁମୁଡିବନ୍ଧ ସମେତ ସବୁ ବ୍ଲକ ରେ କାର୍ଯ୍ୟରତ ଶତାଧିକ କୋବିଡ ଟୀକା ପାଇବାରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି ଫଳରେ ଆଜି ଟୀକା ପାଇନଥିବା ଜିଲ୍ଲାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ କ୍ଷୋଭ ପ୍ରକାଶ କରିବା ସହ ୬୯୪୪ନୁହଁ ବଳକା ରହିଯାଇଥିବା ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କୁ ମଧ୍ୟ ଅଗ୍ରାଧିକାର ପ୍ରକାରେ ଏହି କରୋନା ଯୋଦ୍ଧା ତାଲିକାରେ ସାମିଲ କରି ସରକାରୀ ସୁବିଧା ଯୋଗାଇବାକୁ ଦାବୀ ହୋଇଛି ଏବଂ ବାଲିଗୁଡା ଉପଖଣ୍ଡ ଗଣମାଧ୍ୟମ ସଙ୍ଘ ସଭାପତି ମାଧବ ଚନ୍ଦ୍ର ଦାଶଙ୍କ କହିବାନୁଯାଇ ଜିଲ୍ଲାରେ ଦୁଇ ବର୍ଷ ପୂର୍ବେ ପଜିକୃତ କରାଯାଇଥିବା ସାମ୍ବାଦିକଙ୍କୁ କେବଳ ଟୀକା ଦେବା ଦ୍ୱାରା ଜିଲ୍ଲାରେ ଆହୁରି ଶତାଧିକ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ବାଦ ପଡିଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ ତେଣୁ ସରକାର ତୁରନ୍ତ ଆଉ ଏକ ଵିଜ୍ଞାପନ ଦେଇ କାର୍ଯ୍ୟରତ ସମସ୍ତ ସାମ୍ବାଦିକଙ୍କୁ ତାଙ୍କ ପ୍ରମାଣପତ୍ର ଦେଖି କୋଭିଡ ଟୀକା ଏବଂ କରୋନା ସମ୍ମୁଖ ଯୋଦ୍ଧା ରୂପେ ବିବେଚନା କରିବା ଆବଶ୍ୟକ |