
ବିଷମକଟକ,୬/୫(ଜିଲ୍ଲା ଖଵର) : ରାୟଗଡ଼ା ଜିଲ୍ଲାର ମୁନିଗୁଡା ବ୍ଲକ ରେ କୋରାନର ଦ୍ଵିତୀୟ ଲୋହରୀରେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି l ଆଜି ମଧ୍ୟବର୍ତ୍ତୀ ରାତ୍ରରେ ରାୟଗଡା ଜିଲ୍ଲା ମୁନିଗୁଡାର “ନିର୍ଭୟ” ଖବର କାଗଜର ସାମ୍ବାଦିକ ଲାଡି.ଶଙ୍କରଙ୍କ ଧର୍ମପତ୍ନୀ ଏଲ.ଶ୍ରୀଦେବୀଙ୍କ ଦେହାନ୍ତ ଘଟିଛି l ଗତ କିଛି ଦିନ ହେବ ଲାଡି.ଶଙ୍କରଙ୍କ ପତ୍ନୀ ଶ୍ରୀଦେବୀ ଓ ଝିଅ ଭିନିତା ଜ୍ବରରେ ଆକ୍ରାନ୍ତ ହୋଇଥିଲେ ଅଧିକ ଅସୁସ୍ଥ ଅନୁଭବ କରିବାରୁ କରୋନା ପରୀକ୍ଷା କରାଇ ପୋଜେଟୀଭି ହେବାରୁ ଘରେ ଆଇସୋଲେଟ ଥିଲେ l ତେବେ ଚଳିତ ମାସ 2 ତାରିଖରେ ପତ୍ନୀ ଓ ଝିଅଙ୍କୁ ଜ୍ୱର ନଛାଡିବା ସହ ଆକ୍ସିଜେନ ଅଭାବ ହେବାରୁ ଜେ.କେ.ପୁରସ୍ଥିତ କୋଭିଡ କେୟାର ମେଡିକାଲକୁ ନେଇ ଭର୍ତି କରାଯାଇଥିଲା l ସେଠାରେ ତାଙ୍କର ଚିକିତ୍ସା ହେଉଥିଲେ l ରାୟଗଡ଼ା ଜିଲ୍ଲା ବରିଷ୍ଠ ସାମ୍ବାଦିକ ଗୋପରଞ୍ଜନ ବକ୍ସିପାତ୍ର, ରଞ୍ଜନ ରଥ ,ବାଦଲ କୁମାର ଦା ସମେତ ସମସ୍ତ ସାମ୍ବାଦିକ ମାନଙ୍କ ସହଯୋଗରେ ଜେକେ ପୁର କୋଭିଡ ମେଡିକାଲ ରେ ସମସ୍ତ ପ୍ରକର ଚିକିତ୍ସା କରାଯାଏ ଥିଲା। ହଠାତ ତାଙ୍କର ଆକ୍ସିଜେନ ସ୍ତର କମିବା ସହ ଅସୁସ୍ଥ ଅନୁଭବ କରିଥିଲେ l ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଝିଅ ଭିନିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି l ଶ୍ରୀଦେବୀଙ୍କ ମୃତ ଶରୀରକୁ ରାୟଗଡା ସିରିଗୁଡାସ୍ଥିତ ଶ୍ମାଶନରେ ଅନ୍ତିମ ସଂସ୍କାର କ୍ରିୟା ସମାପନ କରାଯାଇଥିବା ଜଣାପଡିଛି l ଏହି ଅବସରରେ ରାୟଗଡା ଜିଲ୍ଲା ମିଡ଼ିଆ କେୟାର ଏବଂ ମୁନିଗୁଡା ପ୍ରେସ କ୍ଳବ , ରାୟଗଡା ଜିଲ୍ଲା ଉତ୍କଳ ସାମ୍ବାଦିକ ,ରାୟଗଡ଼ା ଜିଲ୍ଲା ଯୁବ ବିକାଶ ପରିଷଦ ଓ ବିଷମକଟକ ଯୁବ ବିକାଶ ପରିଷଦ ତରଫରୁ
ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ପରିବାର ଲୋକଙ୍କୁ ସାହସ ଦିଅନ୍ତୁ ବୋଲି ଭଗବାନ ପାଖରେ ପ୍ରାଥନା କରାଯାଇଛି l
ରିପୋର୍ଟ, ପ୍ରସନ କୁମାର ପଣ୍ଡା


