Saturday, November 14, 2026
Home ଆଞ୍ଚଳିକ ହାଟମୁନିଗୁଡା ସାପ୍ତାହିକ ହାଟରେ ମୁନିଗୁଡା ପୋଲିସ ତରଫରୁ କଡାକଡି

ହାଟମୁନିଗୁଡା ସାପ୍ତାହିକ ହାଟରେ ମୁନିଗୁଡା ପୋଲିସ ତରଫରୁ କଡାକଡି

177

ବିଷମକଟକ,୬/୫(ଜିଲ୍ଲା ଖଵର) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍କକ ରେ ପ୍ରତେକ ଗୁରୁବାର ଦିନ କଳାହାଣ୍ଡିରୁ ଗାଈଗୋରୁ ଆଣୁଛନ୍ତି ଗୋରୁ ବେପାରୀ।ରାୟଗଡା ଜିଲ୍ଲା ର ସମସ୍ତ ଗୋରୁ ବେପାରୀ କଳାହାଣ୍ଡି ଉପରେ ନିର୍ଭର କରିଥାନ୍ତି। ପ୍ରତେକ ବୁଧବାର ଦିନ ବିଷମକଟକ ବ୍କକ ର ହାଟମୁନିଗୁଡା ଗ୍ରାମ କୁ ହଜାର ହଜାର ଗାଈଗୋରୁ ହାଟମୁନିଗୁଡା ଗ୍ରାମରେ ପ୍ରବେଶ କରିବ ବୋଲି ଓ ବାହାରୁ ବେପାରୀ ମାନେ ହାଟମୁନିଗୁଡା ସାପ୍ତାହିକ ହାଟରେ ପ୍ରବେଶ ନ କରିବାପାଇଁ ବ୍ୟାପକ ପୋଲିସ ମୃତୟନ କରାଯାଇଛି। ଆଜି ଭୋର ସକାଳୁ 6ଟା ସମୟରେ ମୁନିଗୁଡା ପୋଲିସଏବଂ ବିଷମକଟକ ବିଡ଼ିଓ ଆଲବଟ ଲାକ୍ରା, ବିଷମକଟକ ତହସିଲଦାର ସୁଭେନ୍ଦୁ ଜେନା ଓ ମୁନିଗୁଡା ପୋଲିସ ପହଞ୍ଚି କଡାକଡି ଆରମ୍ଭ କରିଥିଲେ ଏବଂ ଅମାନିଆ ମାନଙ୍କୁ ଘରୁ ନ ବାହାରି ସୁସ୍ଥ ରୁହନ୍ତୁ ବୋଲି ପରାମର୍ଶ ଦେଇଥିଲେ। ସରକାର ଅନୁମତି ଦେଇଥିବା କେତେକ ଦୋକାନ ଖୋଲା ରହିଥିଲା ଆଉ ସମସ୍ତ ଦୋକାନ ବନ୍ଦ ରହିଥିଲା।
।ବର୍ତ୍ତମାନ କରୋନା ଦିତୀୟ ଲହର କଳାହାଣ୍ଡି ଜିଲ୍ଲା ହାହାକାର ପରିସ୍ଥିତି ସୃଷ୍ଟି କରିଛି।ଏଭଳି ପରିସ୍ଥିତି ରେ ବିଷମକଟକ ସହର ର ହାଟମୁନିଗୁଡା ଗ୍ରାମରେ ପ୍ରବେଶ କରୁ ଥିବା ଫଳରେ ସେମାନେ ଆସି ହାଟମୁନିଗୁଡା କୋରୋନା ମହାମାରୀ ଚାରିପଟେ ବ୍ୟାପିବା ନେଇ ଆଶଙ୍କା ରେ ଆତଙ୍କିତ ଅବସ୍ଥାରେ ପଡିଛନ୍ତି ସ୍ଥାନୀୟ ବାସିନ୍ଦା। ତେଣୁ ବାହାରୁ ନ ଆସିବା ପାଇଁ ମୁନିଗୁଡା ପୋଲିସ ହାଟମୁନିଗୁଡା ସାପ୍ତାହିକ ହାଟରେ ଘୁରିବୁଲୁ ଥିବା ଦେଖିବାକୁ ମିଳିଛି।କଳାହାଣ୍ଡି ଜିଲ୍ଲା ରୁ ବେପାରି ଆସିଥିବା ବେପାରୀ ମାନଙ୍କୁ ଉପରେ କଡା ନଜରରେ ରଖିବା ପାଇଁ ସାଧାରଣ ରେ ଦାବି ହେଉଛି। କାରଣ ରାୟଗଡ଼ା ଜିଲ୍ଲା ର କରୋନା ପରିସ୍ଥିତି ଜଟିଳ ହେବାର ଲାଗିଛି।ଏନେଇ ଆମେ ମୁନିଗୁଡା ଏସ୍ଡିପିଓ ଶ୍ରୀ ଆକାଶ କୁମାର ସାହୁ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ କଳାହାଣ୍ଡି ଜିଲ୍ଲା ରୁ ଯେଉଁ ବେଆଇନ ଗୋରୁଗାଈ ଓ ବେପାରୀ ମାନେ ଆସୁଛନ୍ତି ସେମାନେ ପ୍ରତି କଡା ନଜର ରହିଛି ଓ ରହିବ ବୋଲି ଏସ ଡି ପି ଓ ପ୍ରକାଶ କରିଛନ୍ତି।