Sunday, November 15, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା ! Vindu Dara Singh

ଜନ୍ମଦିନର ଶୁଭେଚ୍ଛା ! Vindu Dara Singh

34

ନୂଆଦିଲ୍ଲୀ, ୦୬/୦୫/୨୧ (ଜିଲ୍ଲା ଖବର) : ଅଭିନେତା Vindu Dara Singhଙ୍କ ଆଜି ଜନ୍ମଦିନ । ୬ ମଇ ମାନେ ଆଜି, ସେ ତାଙ୍କର ୫୭ ତମ ଜନ୍ମଦିନ ପାଳନ କରୁଛନ୍ତି । ବିନ୍ଦୁ ଦାରା ସିଂହ ଫିଲ୍ମ ମାଧ୍ୟମରେ ଏତେ ସଫଳତା ପାଇନାହାଁନ୍ତି ସତ,ହେଲେ  ବିବାଦକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

ସେ ତାଙ୍କ ପିତା ଦାରା ସିଂହଙ୍କ ଭଳି ପ୍ରଥମେ ଟିଭି ଧାରାବାହିକ ଏବଂ ପରେ ଫିଲ୍ମରେ କାମ କରିଛନ୍ତି । ହେଲେ ବିଶେଷ ସଫଳତା ହାସଲ କରି ପାରି ନାହାଁନ୍ତି ।  ଦୀର୍ଘ ବର୍ଷ ଧରି ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି । ଏହାପରେ ଅନେକ ବିବାଦରେ ତାଙ୍କ ନାଁ ଯୋଡି ହୋଇଥିଲା ।

ପ୍ରକାଶ ଥାଉକି, ବିନ୍ଦୁ ଦାରା ସିଂ ୧୯୯୪ରେ ଫିଲ୍ମ’ Karan’ ମାଧ୍ୟମରେ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ହିନ୍ଦୀ ଫିଲ୍ମ ବ୍ୟତୀତ ସେ ଅନେକ ପଞ୍ଜାବୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ତେବେ ଆଜି  ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଅନେକ୍ ଅନେକ୍ ଶୁଭକାମନା ।