
୦୬/୦୫/୨୧ (ଜିଲ୍ଲା ଖବର) : ଜେଲରେ ଥିବା ଆତ୍ମଘୋଷିତ ଆଧ୍ୟାତ୍ମିକ ଗୁରୁ ଆଶାରାମ ବାପୁଙ୍କୁ କରୋନା । ସେ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜସ୍ଥାନର ଯୋଧପୁର ସେଣ୍ଟ୍ରାଲ ଜେଲ୍ରେ ସଜା କାଟୁଥିବା ଆଶାରାମ ବାପୁଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । କରୋନା ଚିହ୍ନଟ ହେବା ପରେ ବିଗିଡ଼ିଥିଲା ତାଙ୍କର ସ୍ୱାସ୍ଥ୍ୟାବସ୍ଥା । ତାଙ୍କୁ ଯୋଧପୁର ଏମଡିଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କ ସହ ଜେଲର ୧୨ ଜଣ କଏଦୀ ବି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଅକ୍ସିଜେନ ଲେବଲ କମ୍ ରହିବା କାରଣରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ତେବେ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁ ନ ଥିବାରୁ ତାଙ୍କୁ ଯୋଧପୁର ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି । ପୂର୍ବରୁ ଗତ ଫେବ୍ରୁଆରୀ ମାସରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଏମଡିଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁଷ୍କର୍ମ ମାମଲାରେ ଏବେ ଆଶାରାମ ବାପୁ ଯୋଧପୁର ଜେଲରେ ସଜା କାଟୁଛନ୍ତି । ୨୦୧୩ ମସିହାରେ ଆଶ୍ରମରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଶାରାମ ବାପୁଙ୍କୁ ଆଜୀବନ ଜେଲଦଣ୍ଡାଦେଶ ହୋଇଛି ।
ସୂଚନାନୁସାରେ,, ରାଜସ୍ଥାନରେ ବୁଧବାର ୧୬, ୮୧୫ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହି ସମୟ ମଧ୍ୟରେ ୧୫୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧, ୯୬, ୬୮୩ ରୋଗୀ ଚିକିତ୍ସାଧୀନ ଅଛନ୍ତି ।


