Monday, November 16, 2026
Home ଆଞ୍ଚଳିକ କରୋନାରେ ଚାଲିଗଲେ କମେଡିଆନ୍ ପାଣ୍ଡୁ

କରୋନାରେ ଚାଲିଗଲେ କମେଡିଆନ୍ ପାଣ୍ଡୁ

10

ନୂଆଦିଲ୍ଲୀ , ୦୬/୦୫/୨୧ (ଜିଲ୍ଲା ଖବର) : ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏକ ଦୁଃଖଦ ଖବର । ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିବା କମେଡି ଆକ୍ଟର ପାଣ୍ଡୁ ଆଉ ଏ ଦୁନିଆରେ ନାହାଁନ୍ତି । ୭୪ ବର୍ଷ ବୟସରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଖବର ଅନୁଯାୟୀ, ପାଣ୍ଡୁ କରୋନା ସଂକ୍ରମିତ ଥିଲେ । ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଛି । ପାଣ୍ଡୁ ଏବଂ ତାଙ୍କ ପତ୍ନୀ ଗତ କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ଦୁହେଁ ଚେନ୍ନାଇର ଏକ ପ୍ରାଇଭେଟ ହସ୍ପିଟାଲରେ ଟ୍ରିଟମେଣ୍ଟ ହେଉଥିଲେ ।  ତାଙ୍କ ପତ୍ନୀ ଏବେବି ଆଇସିୟୁରେ ଅଛନ୍ତି । ପାଣ୍ଡୁଙ୍କ  ଦେହାନ୍ତ ଖବର ଶୁଣିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ସୋସିଆଲ ମିଡିଆ ମାଧ୍ୟମରେ ସମସ୍ତେ ଶୋକ ବ୍ୟକ୍ତ କରୁଛନ୍ତି ।