ଦିନ ଦ୍ୱିପ୍ରହରରେ ସାଧାରଣ ଲୋକଙ୍କୁ ଆଖି ଆଗରେ ଠକୁଛି ଫଳ ବେପାରୀ

5

କଟକ,୦୬/୦୫/୨୧ (ଜିଲ୍ଲା ଖବର) : ସାବଧାନ ! ଫଳ କିଣୁଛନ୍ତି କି? ସଜାଗ ହୋଇଯାଆନ୍ତୁ । ନହେଲେ ହୋଇପାରନ୍ତି ଠକାମୀର ଶିକାର । ଫଳ ବେପାରୀ ଦିନ ଦ୍ୱୀପହରରେ ଚଞ୍ଚକତା କରିଥିବା ଦେଖିବାକୁ ମିଳିଛି । ଆଉ କ୍ୟାମେରା ସବୁ ଦେଖିଛି। ଜଣେ ଫଳ ବେପାରୀ କିପରି ଭାବରେ ଗ୍ରାହକଙ୍କୁ ଠକୁଛି ତାହାର ଦୃଶ୍ୟ କଏଦ ହୋଇଛି । ଏହି ଘଟଣାଟି ହେଉଛି କଟକର ଜନଗହଳି ପୁର୍ଣ୍ଣ ବଡ଼ମବାଡିର ଦୃଶ୍ୟ । ରାସ୍ତା କଡରେ ବିକୁଥିବା ଅଙ୍ଗୁରୁ ଓ ଆମ୍ବ ବେପାରୀର । ଏହି ଦୃଶ୍ୟ ହେଉଛି ଲକ ଡାଉନ ପୂର୍ବର ଫଳ କିଣିବାକୁ ଆସୁଥିବା ସାଧାରଣ ଲୋକଙ୍କୁ ଆଖି ଆଗରେ ବହୁତ ଚଲାକରେ ଠକୁଥିବା ଦୃଶ୍ୟ କ୍ୟାମେରା ରେ କଏଦୀ ହୋଇଛି । ଦୁଇଜଣ ମହିଳା ଅଙ୍ଗୁରୁ ନେବା ପାଇଁ ଠିଆ ହୋଇଛନ୍ତି।  ସାଇକେଲରେ ବିକୁଥିବା ଅଙ୍ଗୁରୁ ବିକାଳୀ ପାଖରେ ଥିବା  ଭଲ ଭଲ ଅଙ୍ଗୁରୁକୁ ଦେଖିକି ଜରିରେ ପୁରେଇବାକୁ କହୁଛନ୍ତି ସେ। ଅଙ୍ଗୁରୁ ବେପାରୀ ମଧ୍ୟ ଜରିରେ ପୁରାଉଛି, ହେଲେ ଠିକ ସେହିପରି ସେ ସାଇକେଲ ଉପରରେ ଥିବା ଝୁଡ଼ିରେ ଆଉ ଏକ କଳା ରଙ୍ଗର ଜରି ଝୁଡ଼ିରେ ପୂର୍ବରୁ ଟଙ୍ଗା ହୋଇଛି । ସେଥିରେ ପୂର୍ବରୁ କିଛି ଖରାପ ଅଙ୍ଗୁରୁ ସେ ଜରିରେ ରହିଛି ।ଠିକ କିଛି ସମୟ ପରେ ବାଛି ଥିବା ଅଙ୍ଗୁରୁ କୁ ବେପାରୀ ଜଣକ ଅତି ଚଞ୍ଚକତା କରି ପୂର୍ବରୁ ଝୁଡ଼ିରେ ଟଙ୍ଗା ଯାଇଥିବା ଜରିକୁ ବଦଳାଇ ଦେଉଛି । ତା ପରେ ଆଉ କିଛି ଅଙ୍ଗୁରୁ ଝୁଡ଼ିରୁ ଭର୍ତ୍ତି କରି ଓଜନ କରି ମହିଳାଙ୍କୁ ଧରେଇ ଦେଉଛି । ଠିକ୍ ସମାନ ଢ଼ଙ୍ଗରେ ବଡ଼ମବାଡି ଛକର ବଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଆମ୍ବ ବିକାଳୀ ସେହିପରି ଚଞ୍ଚକତା କରି ବାଛିଥିବା ଆମ୍ବ ଜରିକୁ ବଦଳାଇ ପୂର୍ବରୁ ଝୁଡ଼ିରେ ଟଙ୍ଗା ଯାଇଥିବା ଆମ୍ବକୁ ମହିଳାଙ୍କୁ ଓଜନକରି ତୁରନ୍ତ ଧରାଇ ଦେଇଥିବା ଆମ ମୋବାଇଲ କ୍ୟାମେରରେ କଏଦ ହୋଇଛି।