
ନୂଆଦିଲ୍ଲୀ,୦୬/୦୫/୨୧ (ଜିଲ୍ଲା ଖବର) : ସଂକ୍ରମଣରେ ଲାଗୁନି ବ୍ରେକ । ପୁଣି ବଢିଲା ସଂକ୍ରମଣ ସଂଖ୍ୟା । ଦେଶରେ 4 ଲକ୍ଷ ଟପିଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 4 ଲକ୍ଷ 12 ହଜାର 262 କୋରୋନା କୋରୋନା ନୂଆ ମାମଲା ସାମନାକୁ ଆସିଛି । ସେହିପରି ଦିନକରେ ପ୍ରାଣ ହରାଇଛନ୍ତି 3980 । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।
ଆଜକୁ ମିଶାଇ ଦେଶରେ ମୋଟ 2,10,77,410 ମାମଲା ସାମନାକୁ ଆସିଛି । ଏବେ ସୁଦ୍ଧା ମୋଟ 1,72,80,844 ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 23,01,68 ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । 35,66,398ଟି ଆକ୍ଟିଭ ମାମଲା ରହିଛି । ଏବେ ସୁଦ୍ଧା 16,25,13,339 ଭ୍ୟାକସିନେସନ ହୋଇଛି ।


