Sunday, November 15, 2026
Home ଆଞ୍ଚଳିକ କରୋନାରେ ଅଭିନେତ୍ରୀ ଶ୍ରୀପ୍ରଦାଙ୍କ ଦେହାନ୍ତ

କରୋନାରେ ଅଭିନେତ୍ରୀ ଶ୍ରୀପ୍ରଦାଙ୍କ ଦେହାନ୍ତ

25

ନୂଆଦିଲ୍ଲୀ,୦୬/୦୫/୨୧ (ଜିଲ୍ଲା ଖବର) : ଜଣାଶୁଣା ଅଭିନେତ୍ରୀ ଶ୍ରୀପ୍ରଦା ଆଉ ଏ ଦୁନିଆଁରେ ନାହାନ୍ତି । ଖବର ଅନୁଯାୟୀ, କରୋନାରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ପୂର୍ବରୁ  ସେ କରୋନା ସଂକ୍ରମିତ ହୋଇଥିଲେ । ୮୦ ଏବଂ ୯୦ ଦଶକରେ ନିଜ ଅଭିନୟରେ ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଅଭିନେତ୍ରୀ ଏ ଦୁନିଆଁକୁ ସବୁଦିନ ପାଇଁ ଅଲବିଦା କରି ଚାଲି ଯାଇଛନ୍ତି ଆରପାରିକୁ । ସେ ସମୟରେ ସେ ବଲଉଡରେ ଅନେକ ଫିଲ୍ମରେ କାମ କରିଛନ୍ତି ।  ଫିଲ୍ମ ’ଆଗ୍ କି ଶୋଲେ’ , ‘ଖୁନ୍ କି ପ୍ୟାସୀ’, ‘ବେଓ୍ବଫା ସନମ୍’ ଭଳି ଅନେକ ଫିଲ୍ମରେ କାମ କରିଛନ୍ତି ସେ ।

ପ୍ରକାଶ ଥାଉକି, ନିଜ କ୍ୟାରିୟରରେ ଶ୍ରୀପ୍ରଦା ପାଖାପାଖି ୭୦ ଫିଲ୍ମରେ କାମ କରିଛନ୍ତି । ହିନ୍ଦୀ ବ୍ୟତୀତ,ଭୋଜପୁରୀ ଫିଲ୍ମରେ ମଧ୍ୟ ସେ କାମ କରିଛନ୍ତି ।