
କଟକ,୦୬/୦୫/୨୧ (ଜିଲ୍ଲା ଖବର) : ହ୍ୱାଟ୍ସଆପ୍ ମାଧ୍ୟମରେ ଲୋକଙ୍କ ସମସ୍ୟାର ସମାଧାନ କରୁଛି କଟକ ସହରାଞ୍ଚଳ ପୋଲିସ। ଏ ନେଇ ଡିସିପି, କଟକ ଟ୍ଵିଟ କରିଛନ୍ତି। ଟ୍ଵିଟ କରି ଡିସିପି କହିଛନ୍ତି ଯେ, କୋଭିଡ ମହାମାରୀ ଜନିତ କଟକଣାକୁ ନଜରରେ ରଖି ଜନସାଧାରଣଙ୍କୁ ଆମର ଅନୁରୋଧ ସେମାନେ ହ୍ୱାଟ୍ସଆପ୍ ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଆବେଦନ କରନ୍ତୁ ଏବଂ ଆମେ ଖୁସିରସହିତ ସେମାନଙ୍କର ସମସ୍ୟାର ସମାଧାନ କରିବୁ। ଗତ ୨୪ଘଣ୍ଟା ମଧ୍ୟରେ ଜନସାଧାରଣଙ୍କଦ୍ୱାରା ହ୍ୱାଟ୍ସଅପରେ ଆବେଦନ କରାଯାଇଥିବା ୬ଟି ଗୁରୁତ୍ୱପୂର୍ଣ ଅଭିଯୋଗର ସମାଧାନ କରାଯାଇଅଛି।



