
ବରଗଡ, ୦୬/୦୫/୨୧ (ଜିଲ୍ଲା ଖବର) : ବରଗଡରେ ବିଜେପି ଯୁବମୋର୍ଚ୍ଚା ତରଫରୁ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହାକୁ ନେଇ ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଇରାଶୀଷ ଆଚାର୍ଯ୍ୟ କର୍ମକର୍ତ୍ତା ମାନଙ୍କୁ ପ୍ରଶଂସା କରିଛନ୍ତି। ସେ ଟ୍ଵିଟ କରି ଲେଖିଛନ୍ତି ଯେ, ରକ୍ତଦାନ ଦ୍ଵାରା ଏହି ସଙ୍ଗୀନ ସ୍ଥିତିରେ ରକ୍ତର ଅଭାବ କିଛି ମାତ୍ରାରେ ପୂରଣ କରି ହେବ।
ସମଗ୍ର ଦେଶରେ ଗତ ମଇ ୧ ତାରିଖରୁ ପଂଜୀକରଣ କରିଥିବା ୧୮ ବର୍ଷରୁ ଉର୍ଦ୍ଧ ବଯସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯାଇଛି। ଯଦ୍ଵାରା ଆଗକୁ ରକ୍ତାଭାବ ଦେଖାଯିବ। କାରଣ ଏହି ବଯସ୍କର ଲୋକମାନେ ହିଁ ବିଶେଷ କରି ରକ୍ତଦାନ କରିଥାନ୍ତି। ଭ୍ୟାକସିନ ନେବା ପୂର୍ବରୁ ରକ୍ତ ଦେବା ପାଇଁ ସେ ସାଧାରଣ ଜନତା ମାନଙ୍କୁ କହିଛନ୍ତି।




