Monday, November 16, 2026
Home ଆଞ୍ଚଳିକ ଉପର ମୁହାଁ ହେଲା କରୋନା, ଆଜି ରାଜ୍ୟରେ ୧୦ ହଜାର ୫୨୧ ସଂକ୍ରମିତ ଚିହ୍ନଟ

ଉପର ମୁହାଁ ହେଲା କରୋନା, ଆଜି ରାଜ୍ୟରେ ୧୦ ହଜାର ୫୨୧ ସଂକ୍ରମିତ ଚିହ୍ନଟ

8

ଭୁବନେଶ୍ୱର, ୦୬/୦୫/୨୧ (ଜିଲ୍ଲା ଖବର) : ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଯାଉଛି।ଆଜି୧୦ ହଜାର ଟପିଲା ଦୈନିକ ସଂକ୍ରମଣର ହାର। ରାଜ୍ୟରେ ଆଜି ୧୦ ହଜାର ୫୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଯାହାକୁ ନେଇ ଏବେ ଚିନ୍ତା ବଢିଛି। ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୭୭ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି ସୁନ୍ଦରଗଡ଼- ୧୧୮୬, କଟକ- ୯୬୩, କଳାହାଣ୍ଡି- ୫୭୧ବରଗଡ଼- ୫୪୩, ସମ୍ବଲପୁର- ୪୬୦, ନବରଙ୍ଗପୁର- ୪୦୪ ବରଗଡ଼- ୫୪୩, ସମ୍ବଲପୁର- ୪୬୦, ନବରଙ୍ଗପୁର- ୪୦୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ଓ ଝାରସୁଗୁଡ଼ାରୁ ୩୧୪ ଲେଖାଏଁ, ନୂଆପଡ଼ାରୁ ୩୦୪ ଚିହ୍ନଟ ହୋଇଛନ୍ତି। ଏହାସହ ମୟୂରଭଞ୍ଜ- ୨୮୮, ଷ୍ଟେଟ୍ ପୁଲ୍- ୨୮୨, ବୌଦ୍ଧ- ୨୫୦, ନୟାଗଡ଼- ୨୨୪, ଜଗତସିଂହପୁର- ୨୧୭, ଗଞ୍ଜାମ- ୧୯୬, କେନ୍ଦୁଝର- ୧୯୪, କୋରାପୁଟ- ୧୮୨, ଭଦ୍ରକ- ୧୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଠିକ୍ ସେହିପରି ରାୟଗଡ଼ା- ୧୪୦, କେନ୍ଦ୍ରାପଡ଼ା- ୧୨୧, ଗଜପତି- ୧୧୩, ସୁବର୍ଣ୍ଣପୁର- ୧୧୨ ବାଲେଶ୍ୱର- ୯୭, ଦେବଗଡ଼ ଓ ଢେଙ୍କାନାଳରୁ ୮୮ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏହାସହ ମାଲକାନଗିରି- ୮୩, କନ୍ଧମାଳରୁ ୭୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଆଉ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ୧୬୨କୁ ବୃଦ୍ଧି ପାଇଛି।