
୦୬/୦୫/୨୧ (ଜିଲ୍ଲା ଖବର) : ଜାମ୍ମୁ କାଶ୍ମୀରରେ ସୁରକ୍ଷାବାହିନୀକୁ ବଡ଼ ସଫଳତା। କାଶ୍ମୀରର ସୋପିଆନ ଜିଲ୍ଲାର କାନିଗାମ ଅଞ୍ଚଳରେ ମାଓବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର । ଏଥିରେ ୩ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି। ଏହାସହ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ କରିଥିବା ମାଓବାଦୀ ଜଣକ ତୌସିଫ ଅହମଦ ବୋଲି ଜଣା ପଡିଛି। ସେନା ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଏବେ ସର୍ଚ୍ଚ ଅପରେଶନ ଜାରି ରହିଛି। ଏମାନେ ସମସ୍ତେ ଅଲ-ବଦର ଆତଙ୍କବାଦୀ ସଂଗଠନର ନୂତନ ଭାବେ ନିଯୁକ୍ତ ହୋଇଥିଲେ । ସୂଚନାନୁସାରେ, ସୋପିଆନ୍ କାନିଗାମ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ଆସିଥିଲା । ଯାହା ପରେ ଏହି ଅଞ୍ଚଳଟି ପୂରା କର୍ଡନ କରିଥିଲେ ଭାରତୀୟ ସେନା । ଏହା ଜାଣିବା ପରେ ଆତଙ୍କବାଦୀମାନେ ଆରମ୍ଭ କରିଦେଇଥିଲେ ଗୁଳିବିନିମୟ । ତେବେ ପାଲଟା ଜବାବ ଦେଇଥିଲେ ଭରାତୀୟ ସେନା । ଫଳରେ ୩ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ ଯବାନ ।


