Sunday, November 15, 2026
Home ଆଞ୍ଚଳିକ ମୁନିଗୁଡା ରେ ଲକ ଡା ଉନ କୁ କଡାକଡି

ମୁନିଗୁଡା ରେ ଲକ ଡା ଉନ କୁ କଡାକଡି

136

ମୁନୀଗୁଡା,୫/୫(ଜିଲ୍ଲା ଖଵର) : ରାୟଗଡ଼ା ଜିଲ୍ଲାର ମୁନିଗୁଡା ସହର ଏକ ଜନଗହଳି ସହର ଅଟେ ଏଠି ପଡସି କଳାହାଣ୍ଡି କନ୍ଧମାଳ ଦୁଇ ଟି ଜିଲ୍ଲାର ବେପାର ର ପେଣ୍ଠ ସ୍ଥଳୀ ମୁନିଗୁଡ଼ା ସହର।ସହ ସହ ଲୋକ ଙ୍କ ଗମନାଗମନ ଚଳ ପ୍ରଚଳ କୁ ଆଖିରେ ରଖି ମୁନିଗୁଡ଼ା ତହସିଲ୍ ଦାର ଓ ତାଙ୍କ ଟିମ଼ ସାଥୀ ରେ ବିଷମକଟକ ସଡିପିଓ ଆକାଶ ଚନ୍ଦ୍ର ସାହୁ ଥାନା ଅଧିକାରୀ ସୁଜ୍ଞାନି ସାହୁ
କରନା ସଂକ୍ରମଣ ର ଚେନ କୁ ଭାଙ୍ଗିବା ପାଇଁ ସରକାରଙ୍କ ଆଜି ଠୁ 15 ଦିନିଆ ଲକ ଡାଉନ ଘଷଣା କରାଯାଇଥିବା ବେଳେ , ମୁନିଗୁଡା ରେ ତାର ପ୍ରଭାବ ଦେଖିବାକୁ ମିଳିଛି । ବିଧିବଧ ପୋଲିସ ର ନଜର ସମସ୍ତଙ୍କ ଉପରେ ରହିଛି । ସମସ୍ତ ଗାଡି ଗୁଡିକୁ ତନଖି କରି ବିସମକଟକ sdpo ଓ ମୁନିଗୁଡା iic ସ୍ଥିତି କୁ ଜଗିରହିଥିବା ବେଳେ , ଅଧିକାଂଶ ଦୋକାନ ବଜାର ବନ୍ଦ ରହିଛି । ତେବେ ଅତ୍ୟାବଶ୍ୟକ ଜିନିସ ଛଡା ଆଉ ସବୁ ଦୋକାନ ବନ୍ଦ ରହିଥିବା ଦେଖୁବାକୁ ମିଳିଥିବା ବେଳେ ଗହଳି ଭିଡ଼ ଆଉ ଦେଖିବାକୁ ମିଳିନି । ସେହିପରି ବିଷମକଟକ ରେ ମଧ୍ୟ ସେହିଭଳି ପରିସ୍ଥିତି କାରଣ ବିଷମକଟକ ଥାନା ଅଧିକାରୀ ଯସୋବନ୍ତ ହିଆଲ ଏବଂ ବିଷମକଟକ ତହସିଲଦାର ଶ୍ରୀ ଶୁବେନ୍ଦୁ ଜେନା ଙ୍କ ନଜର ସମସ୍ତ ଙ୍କ ଉପରେ ରହିଥିଲା।କେତେକ ଅନୁମତି ପ୍ରଦାନ କରିଥିବା ଦୋକାନ ଖୋଲା ରହିଥିବା ବେଳେ ଆଉ ସବୁ ବନ୍ଦ ରହିଥିଲା।

ରିପୋର୍ଟ , ପ୍ରସନ କୁମାର ପଣ୍ଡା