Wednesday, November 18, 2026
Home ଆଞ୍ଚଳିକ କୋଦଳା ଓ ବେଗୁନିଆପଡ଼ା ଅଞ୍ଚଳରେ କରୋନାକୁ ନିମନ୍ତ୍ରଣ!

କୋଦଳା ଓ ବେଗୁନିଆପଡ଼ା ଅଞ୍ଚଳରେ କରୋନାକୁ ନିମନ୍ତ୍ରଣ!

16

କୋଦଳା,୫/୫(ଜିଲ୍ଲା ଖଵର) :ଦିନକୁ ଦିନ କରୋନାର ଦ୍ୱିତୀୟ ଲହରୀର ପ୍ରଭାବ ବଢି ବଢି ଚାଲୁଛି ଏହାକୁ ନେଇ କେନ୍ଦ୍ର ସରକାରଙ୍କଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ କରୋନାକୁ କିଭଳି ଦୁରାଯାଇପାରିବ ବିଭିନ୍ନ ପ୍ରକାରର ପ୍ରଚେଷ୍ଟା ଚାଲିଛି। ତତ୍ ବ୍ୟତୀତ ଘରକୁ ଘର ବୁଲି ଆଶା ଓ ଅଙ୍ଗନବାଡି କର୍ମୀଙ୍କ ଦ୍ଵାରା ମଧ୍ୟ ଥର୍ମାଲ ସ୍କ୍ରିନିଂ ସହ ଶରୀର କଥା ପଚାରି ବୁଝାଯାଉଛି।କିନ୍ତୁ କୋଦଳା,ବେଗୁନିଆପଡ଼ା ଓ ଏହାର ଆଖପାଖ ଅଞ୍ଚଳର ଲୋକମାନେ ଜ୍ଵର, କାଶ ହେଲେ କିମ୍ବା କରୋନାର କିଛିଟା ଲକ୍ଷଣ ଦେଖାଗଲେ ମଧ୍ୟ ଭୟଭୀତ ହୋଇ ଜାଣିଶୁଣି ନିକଟସ୍ଥ ଆଶାକର୍ମୀ କିମ୍ବା ସ୍ୱାସ୍ଥ୍ୟକେନ୍ଦ୍ରରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରୁନାହାନ୍ତି। ଯାହା ଫଳରେ କି ନିଜେ ବିପଦରେ ପଡିବା ସହ ଅନ୍ୟମାନଙ୍କ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ସରକାରଙ୍କ ଦ୍ଵାରା ବିଭିନ୍ନ ଜରିଆରେ ସଚେତନତା ସୃଷ୍ଟି କଲେ ମଧ୍ୟ କିଛି ଫଳପ୍ରଦ ହେଉନି। କରୋନା ଭାଇରସକୁ ଡାକିହାକି ନିମନ୍ତ୍ରଣ କରିବା ସଦୃଶ ହୋଇଛି। ଏଣୁ ଅନେକ କୋଭିଡ ପିଜିଟିଭ ହୋଇ ମୃତ୍ୟ ମଧ୍ୟ କରୁଛନ୍ତି। ମୁଖ୍ୟ କଥା ହେଲା ଜ୍ୱର ହେଲେ କାହାକୁ ନ ଜଣେଇ ଲୁଚାଛପା କରି ମେଡିସିନ ସେଣ୍ଟର ମାନଙ୍କଠୁ ଜ୍ଵର ସର୍ଦ୍ଦି ମେଡ଼ିସିନ ଖାଇ ତାହାକୁ ଲୋକଙ୍କ ଅଜଣାତରେ ଛପେଇ ରଖୁଛନ୍ତି। ପୋଖରୀ କୁ ଗାଧୋଇବାକୁ ଯିବାକୁ ଜିଲ୍ଲା ପ୍ରଶାସନ ସହ ସ୍ଥାନୀୟ ପ୍ରଶାସନର ବାରଣ ସତ୍ତ୍ୱେ ଲୋକମାନେ ଅମାନିଆ ଭାବେ ଗାଧୋଇବାକୁ ଯିବା ଆଉ ଏକ କାରଣ ମଧ୍ୟ। ଏଣୁ ଉକ୍ତ ଅଞ୍ଚଳରେ କରୋନା ବଜାରରେ ବିକ୍ରି ହେବା ସଦୃଶ ହୋଇଯାଇଛି।