
କୋଦଳା,୫/୫(ଜିଲ୍ଲା ଖଵର) : ରାଜ୍ୟର ୮ଜିଲ୍ଲାରେ କାଳ ବୈଶାଖୀର ପ୍ରଭାବ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା।ଗଞ୍ଜାମ ଜିଲ୍ଲା ସମେତ ଅନ୍ୟ ଜିଲ୍ଲା ମାନଙ୍କୁ ୟେଲୋ ୱାର୍ନିଗ କରିଥିଲା ପାଣିପାଗ ବିଭାଗ।ଏ ସମସ୍ତ ଜିଲ୍ଲାରେ ଘଡଘଡି ସହ ବର୍ଷାର ପ୍ରଭାବ ଅନୁଭୂତ ହେବା ସମ୍ଭାବନା ରହିଛି ବୋଲି ପୂର୍ଵ ସୂଚନା ପ୍ରଦାନ କରିଥିଲା ବିଭାଗ।ଗତ ୨ ଦିନ ଧରି ହିଞ୍ଜିଳି କାଟୁ ସମେତ ଏହାର ଆଖପାଖ ଅଞ୍ଚଳରେ କାଳ ବୈଶାଖୀର ପ୍ରଭାବ ସାମାନ୍ୟ ଅନୁଭୂତ ହୋଇଛି।ସାମାନ୍ୟ ବର୍ଷା ସହ ଘଡଘଡିର ପ୍ରଭାବ ଦେଖିବାକୁ ମିଳିଥିଲା।କିନ୍ତୁ ବୁଧବାର ଅପରାହ୍ନ ପ୍ରାୟ ୫ ଘଣ୍ଟା ସମୟରେ କାଳ ବୈଶାଖୀର ଅସଲ ସ୍ୱରୂପ ଦେଖିବାକୁ ମିଳିଛି।ପ୍ରଚଣ୍ଡ ଘଡଘଡି ଶବ୍ଦ ସହ ପାଖାପାଖି ଅଧ ଘଣ୍ଟାଏ ପର୍ ପରିଲକ୍ଷିତ ହୋଇଛି।ଏହାର ପ୍ରକୋପରେ ସ୍ଥାନୀୟ ହିଞ୍ଜିଳି ଥାନା ଅନ୍ତର୍ଗତ ବ୍ରାହ୍ମଣ ଛାଇ ଗ୍ରାମର ଜଣେ ୧୨ ବର୍ଷର ବାଳକ କାହ୍ନୁ ପ୍ରଧାନ ଓ ଜଣେ ୬୫ ବର୍ଷ ବୟସ୍କ ବୃଦ୍ଧ ପୁର୍ଣ ପ୍ରଧାନଙ୍କ ଉପରେ ଗଛ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।ଏଥିସହିତ ଆସିକା-ବ୍ରହ୍ମପୁର ୫୯ ନଂ ଜାତୀୟ ରାଜପଥ ଉପରେ ଗଛ ଓଲଟି ରାସ୍ତା ଅବରୋଧ ହୋଇଥିବା ଜଣାପଡିଛି।







