
୦୫/୦୫/୨୧ (ଜିଲ୍ଲା ଖବର) : ସଂକ୍ରମଣ ଚେନ ଭାଙ୍ଗିବାକୁ ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି 14 ଦିନିଆ ଲକଡାଉନ । ଏନେଇ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ରାଜ୍ୟବାସୀଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି । କୋରୋନାକୁ ହରାଇବାରେ ରାଜ୍ୟସରାକରଙ୍କୁ ସହଯୋଗ କରିବା ସହ ଘରେ ରହି ନିୟମ ମାନିବାକୁ ସେ ଅପିଲ କରିଛନ୍ତି । ଏହାସହ ବାଲୁକା କଳାରେ ଘରେ ଆତ୍ମୀୟଙ୍କ ସହ ରହିବା ସହ ସୁରକ୍ଷିତ ରହିବାକୁ କହିଛନ୍ତି । ସୂଚନାଯୋଗ୍ୟ, ମେ 5 ରୁ 19 ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ଲାଗୁ କରଯାଇଛି । ସକାଳ 6 ରୁ ଦିନ 12 ଟା ମଧ୍ୟରେ 500 ମିଟର ଦୂରତାରେ ଲୋକେ ଚାଲି ଚାଲି ଯାଇ ପରିବା କିଣି ପାରିବେ । ପୂର୍ବପରି ଶନିବାର ଓ ରବିବାର ସଟଡାଉନ ବଳବତ୍ତର ରହିବ । ସ୍ୱାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ନାହିଁ ।


