
ନୂଆଦିଲ୍ଲୀ ,୦୫/୦୫/୨୧ (ଜିଲ୍ଲା ଖବର) : କରୋନାର ଦ୍ବିତୀୟ ଲହରୀ ଏବେ ଦ୍ରୁତଗତିରେ ଆଗକୁ ବଢି ଚାଲିଛି । ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ମନୋରଞ୍ଜନ ଦୁନିଆଁ ଉପରେ ଏହାର ପ୍ରଭାବ ଅଧିକ ପଡୁଥିବା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଅନେକ କଳାକାର କରୋନା ସଂକ୍ରମିତ ହୋଇଥିବା ଖବର ସାମ୍ନାକୁ ଆସୁଛି ।
ତେବେ ଏବେ ଏହି ଲିଷ୍ଟରେ ସାମିଲ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ । କରୋନା ସଂକ୍ରମିତ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ । ଖବର ଅନୁଯାୟୀ ,ଏହା ପୂର୍ବରୁ ତାଙ୍କ ପିତା ପ୍ରକାଶ ପାଦୁକୋନ,ମା’ ଏବଂ ଭଉଣୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।
ଦୀପିକା ଏବେ ତାଙ୍କ ପରିବାର ସହିତ ବେଙ୍ଗାଲୁରୁରେ ଅଛନ୍ତି । ପୂର୍ବରୁ ମୁମ୍ବାଇ ବିମାନ ବନ୍ଦରରେ ଦୀପିକା ଏବଂ ରଣବୀର ନଜର ଆସିଥିଲେ । ଦୁହେଁ ମିଶି ବେଙ୍ଗାଲୁରୁ ଯାଉଥିଲେ । ନିଜ ପରିବାର ସହିତ ସମୟ ଅତିବାହିତ କରିବା ପାଇଁ ଦୁହେଁ ସେଠାକୁ ଯାଇଥିବା ଜଣାପଡିଛି ।




