Thursday, November 19, 2026
Home ଆଞ୍ଚଳିକ ବାଲିଗୁଡା ;ପ୍ରଶାସନ ପକ୍ଷରୁ ଲକଡାଉନ ପାଇଁ କଡା ପଦକ୍ଷେପ

ବାଲିଗୁଡା ;ପ୍ରଶାସନ ପକ୍ଷରୁ ଲକଡାଉନ ପାଇଁ କଡା ପଦକ୍ଷେପ

98

ବାଲିଗୁଡା, ୦୫/୦୫/୨୧ (ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ 15 ଦିନିଆ ଲକଡାଉନ ଆରମ୍ଭ ହୋଇଛି | ଉପଖଣ୍ଡ ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବାଲିଗୁଡା ସହର ରେ ଯାଞ୍ଚ ବ୍ୟବସ୍ଥା ସହ ପୋଲିସ ତୁହାକୁ ତୁହା ସହରରେ ପଇଁତରା ମାରୁଛି | କେବଳ ଔଷଧ ଦୋକାନ, ଫଳ ଦୋକାନ, ତେଜରାତି ଦୋକାନ, କ୍ଷୀର ଓ ପାଉଁରୁଟି ଦୋକାନ, ବହି ଦୋକାନ କୁ ଛାଡି ଦେଲେ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିଛି | ଜାନ ବାହାନ ବନ୍ଦ ଥିବାରୁ ଲୋକମାନେ ଚାଲିଚାଲି ପରିବା କିଣୁ ଥିବାର ଦେଖିବା କୁ ମିଳୁଛି |

ସ୍ଥାନେ ସ୍ଥାନେ ନାକ ପୋଷ୍ଟ ରେ ପୋଲିସ ରହି ଦୁଇ ଚକିଆ ଓ ଚାରି ଚକିଆ ଜାନ ବାହାନ ଚଳାଚଳ ଉପରେ ତୀକ୍ଷ୍ଣ ନଜର ରଖୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି | ଉପଜିଲ୍ଲାପାଳ ସହରରେ ବୁଲି ଲକଡାଉନ ସ୍ଥିତି ଅନୁଧ୍ୟାନ କରିବା ସହିତ ଲୋକଙ୍କୁ ଆବଶ୍ୟକ ନ ଥିଲେ ଘରୁ ନ ବାହାରିବାକୁ ବୁଝାଉଛନ୍ତି | ତହସିଲଦାର ସାହି ସାହି ବୁଲି ସ୍ଥିତି ପରଖି ଲୋକଙ୍କୁ ସଚେତନ କରାଉଛନ୍ତି | ପୋଲିସ ପକ୍ଷରୁ ସହରକୁ ଆସୁଥିବା ପ୍ରତେକ ଯାନବାହାନ କୁ କଡାକଡି ଭାବେ ଯାଞ୍ଚ ବ୍ୟବସ୍ତା କରାଯାଉଛି |

ବାଲିଗୁଡା, ସୁକାନ୍ତ କୁମାର ତ୍ରିପାଠୀ