
୦୫/୦୫/୨୧ (ଜିଲ୍ଲା ଖବର) : ଆଜିକାଲି ଅନେକଙ୍କ କ୍ଷେତ୍ରରେ ଅତ୍ୟଧିକ ଓଜନ ବଢୁଥିବା ସମସ୍ୟା ଦେଖିବାକୁ ମିଳୁଛି । ଯାହା ସମସ୍ତ ଚିନ୍ତାର କାରଣ ପାଲଟୁଛି । ଏଥିରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ଉପାୟ ଆପଣାଇ ଥାଆନ୍ତି । ହେଲେ ଆଜିକାଲି ଅନେକ୍ ଲୋକ ନିଜ ଓଜନ ନିୟନ୍ତ୍ରଣ କରିବା ପାଇଁ ନିଜ ରୁଟିନ ଲାଇଫରେ ଗ୍ରୀନ୍-ଟି ସାମିଲ କରୁଛନ୍ତି । ଚା’ କିମ୍ବା କଫି ବଦଳରେ ଗ୍ରୀନ୍-ଟି ପିଉଛନ୍ତି । ହେଲେ ହୁଏତ ସମସ୍ତଙ୍କୁ ଜଣା ନଥିବ ଯେ, ଗ୍ରୀନ୍-ଟି ଓନନ ହ୍ରାସ କରିବା ପାଇଁ ବ୍ୟବହାର ସହିତ ,ଏହା ତ୍ୱଚା ପାଇଁ ମଧ୍ୟ ବହୁତ୍ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଗ୍ରୀନ୍-ଟି ଫେସ୍ପ୍ୟାକ୍ ସମ୍ପର୍କରେ ।
-ଶୁଷ୍କ ତ୍ୱଚା ହୋଇଥିଲେ, ମହୁରେ ଗ୍ରୀନ୍-ଟିକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବେ । ହେଲେ ମନେ ରଖିବେ, ଏହି ପେଷ୍ଟ ମୁହଁରେ ବ୍ୟବହାର କରିବେ ନାହିଁ । ଏହା କେବଳ ବେକ,ପିଠି ଆଦିରେ ବ୍ୟବହାର କରିବେ ।
-ହଳଦୀ ଗୁଣ୍ଡରେ ଗ୍ରୀନ୍-ଟି ଏବଂ ବେସନ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରିବେ । ଏହାପରେ ଚେହେରାକୁ ପ୍ରଥମେ ପରିଷ୍କାର କରି ଧୋଇବେ । ଏହାପରେ ଏହି ପ୍ୟାକକୁ ନେଇ ତ୍ୱଚାରେ ଲଗାଇବେ । ଏହା ଶୁଖିଯିବା ପରେ, ତୁଳାରେ ଗୋଲାପ ଜଳ ନେଇ ତା ଉପରେ ଲଗାଇବେ । କିଛି ସମୟ ପରେ ତ୍ୱଚାକୁ ଧିରେଧିରେ ମସାଜ୍ କରି ଧୋଇବେ । ଏପରି କରିବା ଦ୍ୱାରା, ଧିରେଧିରେ ବ୍ରଣ ସମସ୍ୟା ଦୂର ହୋଇଥାଏ ।
-କମଳା ଚୋପା ଗୁଣ୍ଡ,ମହୁ,ଗ୍ରୀନ-ଟି ଏବଂ ସେଥିରେ ଗୋଲାପଜଳ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବେ । ଏହାପରେ ଏହି ପେଷ୍ଟକୁ ନେଇ ତ୍ୱଚାରେ ଲଗାଇବେ । ଏହା ଶୁଖିଯିବା ପରେ, ଏହାକୁ ମସାଜ୍ କରି ଧୋଇବେ । ଏପରି କରିବା ଦ୍ୱାରା, ତ୍ୱଚା ନରମ ଏବଂ ମୁଲାୟମ୍ ହୋଇଥାଏ ।


