
ଯାଜପୁର (ଜିଲ୍ଲା ଖବର) : ଜିଲ୍ଲା ରେ ଗୋରୁ ମାଫିଆ ସକ୍ରିୟ, ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ନିକଟରେ ଆଜି ଛଅଟି ଗୋରୁ ବୋଝେଇ କଣ୍ଟେନର ଜବତ କରିଛନ୍ତି।ଏଥିରେ ସମ୍ପୃକ୍ତ ଥିବା ୬ଜଣ ଅଟକ ରହିଥିବା ବେଳେ ଅନ୍ୟ କେତେକ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି।ଅତି ଦୟନୀୟ ଅବସ୍ଥାରେ ହିଁ ପ୍ରାୟ 600 ରୁ ଅଧିକ ଜୀବିତ ଓ ମୂର୍ତ ଗୋରୁ ସମସ୍ତ ଗାଡ଼ିରେ ବୋଝେଇ ହୋଇ ରହିଥିବା ପ୍ରାରମ୍ଭିକ ଆକଲନରୁ ଅନୁମାନ କରାଯାଉଛି।
ଏହି ଗାଈ ଙ୍କୁ ଯୋଜନା ବଧ ଓ ବେଆଇନ ଭାବେ କୋଲକାତା ଦେଇ ବାଂଲାଦେଶ ଚାଲାଣ କରାଯାଉଥିଲା।ଏହି ଗାଡି ଗୁଡିକରେ ଆଗ ଓ ପଛରେ ଏସକଟର୍ସ ନେଇ ଯାଉଥିବା ଗୋଟିଏ ଯାଇଲୋ ଓ ଗୋଟିଏ ବୋଲେରୋ ଗାଡିକୁ ଜବତ କରିଛି ପୋଲିସ।ଏକା ସଂଗେ ଏତେ ଗୋରୁ ଗାଡି ଜବତ ହେବା ଘଟଣା ବୋଧେ ରାଜ୍ୟରେ ପ୍ରଥମ ଘଟଣା ବୋଲି ଜଣାପଡିଛି।ସ୍ଥାନୀୟ ଲୋକ ଓ ନିହଲପ୍ରସାଦ ଥାନା ପୋଲିସ, ଆଜି ବଡି ଭୋରୁ ବିଶେଷ ସୂତ୍ରରୁ ଖବର ପାଇ ସ୍ଥାନୀୟ ପୋଲିସ କଣ୍ଟେନର ଗୁଡିକୁ ଅଟକାଇ ଥିଲେ, ମାତ୍ର ନିତ୍ୟାନନ୍ଦପୁର ଛକ ନିକଟରେ ପୋଲିସ ଓ ମାଫିଆ ମାନଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା, ମାତ୍ର ସ୍ଥାନୀୟ ଲୋକଙ୍କ ସହାୟତାରେ ମାଫିଆ ମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲେ ପୋଲିସ ଅଧିକାରୀ, ଖବର ପାଇ ଏସ୍ପି ଅନୁପମା ଜେମ୍ସ ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ଉପରେ ତିକ୍ଷ୍ଣ ଦୃଷ୍ଟି ଦେବା ସହିତ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି, ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କିଛିଦିନ ହେବ ଏହି ରାସ୍ତାରେ ମାଫିଆ ମାନେ ଜଙ୍ଗଲ ରାସ୍ତା ର ସୁଯୋଗ ନେଇ ଅନାୟାସରେ ଗୋରୁ ଚାଲାଣ କରୁଥିଲେ, ରାସ୍ତାରେ ଚାରି ଚାରି ଟି ଥାନା ପଡୁଥିଲେ ମଧ୍ଯ ପୋଲିସ ନଜରରେ ଏହା ନ ଆସିବା ଅତ୍ୟନ୍ତ ପରିତାପର ବିଷୟ, ସ୍ଥାନୀୟ ଲୋକ ମାନେ ପୋଲିସ ହାତଗୁଞ୍ଜା ନେଇ ଏହି ଗୋରୁ ଚାଲାଣ କୁ ପ୍ରଶ୍ରୟ ଦେଉଛି ବୋଲି ଅଭିଯୋଗ କରିଛନ୍ତି, ଜବତ କଣ୍ଟେନର ରେ ଗୋରୁ ଗୁଡିକ ଦୟନୀୟ ଅବସ୍ଥାରେ ଥିବା ଦେଖାଯାଇଛି, ସ୍ଥାନୀୟ ବଜରଙ୍ଗ ଦଳର କର୍ମୀ ମାନେ ଗୋରୁ ମାନଙ୍କର ସେବା ଶୁଶ୍ରୁଶା କରୁଛନ୍ତି ।



