ଶ୍ୱଶୁରକୁ ପିଟିପିଟି ହତ୍ୟା କଲା ବୋହୂ, ଅଭିଯୋଗ ଆଣିଲେ ଝିଅ

12

କେନ୍ଦ୍ରାପଡା, ୦୫/୦୫/୨୧ (ଜିଲ୍ଲା ଖବର) : ଶ୍ୱଶୁରକୁ ପିଟିପିଟି  ହତ୍ୟା କଲା ବୋହୂ । କେନ୍ଦ୍ରାପଡା ଜିଲ୍ଲା  ରାଜନଗର ଅଞ୍ଚଳରେ ଘଟିଯାଇଛି ଏହି ଘଟଣା। ପାରିବାରିକ କଳହରୁ କେନ୍ଦ୍ର କରି ୬୫ବର୍ଷର ବୃଦ୍ଧ ଶ୍ରୀନିବାସଙ୍କୁ ବେlହୂ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଶ୍ରୀନିବାସଙ୍କୁ ପିଟି ପିଟି ନିଜ ବୋହୂ କବିତା ଵେହୁରିଆ  ହତ୍ୟା କରିଥିବା ଶ୍ରୀନିବାସଙ୍କ  ଝିଅ ସଂଯୁକ୍ତା ବେହୁରିଆ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।  ପୋଲିସ ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ଅଧିକ ଛାନଭିନ୍ ଜାରି ରଖିଛି । ଅନ୍ୟପଟେ ରାଜନଗର ଥାନାଧିକାରୀ ସାଇଣ୍ଟିଫିକ ଟିମ ରିପୋର୍ଟ ଆଧାରରେ ଆମେ ପଦକ୍ଷେପ ନେବୁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି l