
ଭୁବନେଶ୍ୱର,୦୫/୦୫/୨୧ (ଜିଲ୍ଲା ଖବର) : ରାଜ୍ୟରେ ଆଜି 16 ମୁଣ୍ଡ ନେଲା କୋରୋନା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 4 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଗଜପତି ଓ କଳାହାଣ୍ଡିରୁ 3 ଲେଖାଏଁ, ରାୟଗଡା ଓ ସୁନ୍ଦରଗଡ ଜିଲ୍ଲାରୁ 2 ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ପୁରୀ ଓ ସମ୍ୱଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଆଜକୁ ମିଶାଇ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 2 ହଜାର 104କୁ ବୃଦ୍ଧି ପାଇଛି ।


