
ପୁରୀ,୦୫/୦୫/୨୧ (ଜିଲ୍ଲା ଖବର) : କୋଣାର୍କରେ ମାତିଛନ୍ତି ବାଲି ମାଫିଆ । ବିଳମ୍ବିତ ରାତରେ ଚାଲିଛି ବାଲି ଚାଲାଣ। କରୋନା ଦ୍ୱିତୀୟ ଲହରିର ଭୟବହତାକୁ ଆଖିରେ ରଖି ସରକାର ସପ୍ତାହାନ୍ତ ସଟଡାଉନ୍ ଓ ରାତି 9 ରୁ ସକାଳ 6 ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି କରିଛନ୍ତି। ହେଲେ ବାଲି ମାଫିଆଙ୍କ ପାଇଁ ସରକାରଙ୍କ ନିୟମ ଫୁ। ବାଲି ମାଫିଆମାନେ ଟ୍ରାକ୍ଟର ଓ ଜେଶିବି ଲଗାଇ ଉଠାଉଛନ୍ତି ବାଲି । ନା ଅଛି ତହସିଲଦାର, ଜିଲ୍ଲାପାଳ ଙ୍କ ଭୟ ନା ଶାସନ ଓ ପ୍ରଶାସନ କୁ ଖାତିର । ପ୍ରତିଦିନ ବିଳମ୍ବିତ ରାତିରେ ବେଧଡକ ଚାଲିଛି ବାଲି ଚାଲାଣ । ସରକାରୀ ବାବୁ ମାନଙ୍କୁ ଏ ବିଷୟରେ ବାରମ୍ବାର ଅଭିଯୋଗ କଲେବି ଫଳ ସୂନ୍। ଯେଉଁଥିପାଇଁ କୋଣାର୍କ ଏବେ ବାଲି ମାଫିଆଙ୍କ କବଜାରେ । ଲୋକଙ୍କ ସମସ୍ୟା ବୁଝିବାକୁ ସରକାରୀ ନିଯୁକ୍ତି ପାଇଥିବା ବାବୁ ମାନେ ଏତେ ସବୁ ଘଟଣା ଦେଖି କଣ ପାଇଁ ଚୁପ୍ ତାକୁ ନେଇ ଉଠିଛି ପ୍ରଶ୍ନ। ତେବେ କୋଣାର୍କ ରେ ପ୍ରତିଦିନ ଚାଲିଥିବା ଏହି ବେଧଡକ ବାଲି ଚୋରି କୁ କଣ କାର୍ଯ୍ୟାନୁଷ୍ଠାନ ନେବେ ପୁରୀ ଜିଲ୍ଲାପାଳ ତାହା ସମୟ କହିବ



