
ଭଦ୍ରକ, ୦୫/୦୫/୨୧ (ଜିଲ୍ଲା ଖବର): ମାଛ ଧରୁ ଧରୁ ଜାଲରେ ଫସିଲା ବଉଳା କୁମ୍ଭୀର । ଭଦ୍ରକ ଚାନ୍ଦବାଲି ବ୍ଲକ ନାନ୍ଦପୁର ଗାଁ ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀର ଶାଖା ହଂସଦିଆ ନଦୀରେ ଗତକାଲି ରାତିରେ ଜଣେ ଧିବର ମାଛ ଧରିବା ପାଇଁ ଜାଲ ଟାଣୁଥିବା ବେଳେ ଏକ ୪ ଫୁଟିଆ ବାଉଳା କୁମ୍ଭୀର ଜାଲ ଫାସରେ ପଡିଥିଲା । ବଡମାଛ ଭାବି ଡଙ୍ଗା ଦ୍ୱାରା ଧିବର ଜଣକ ନଦୀକୂଳକୁ ଜାଲ ଆଣିବା ପରେ ଏକ ଛୋଟ ବାଉଳା କୁମ୍ଭୀର ଜାଲରେ ଫାସରେ ଲାଗି ରହିଥିବା ଦେଖିବା ପରେ ଭୟରେ ଜାଲ ଡଙ୍ଗା ଛାଡି ଦୌଡି ପଳାଇଥିଲା । ପରେ ଗ୍ରାମବାସୀ କୁମ୍ଭୀରକୁ ଉଦ୍ଧାର କରିବା ସହ ଆରଡି ପୋଲିସ ଓ ଧାମନଗର ବନଖଣ୍ଡ ବିଭାଗକୁ ଖବର ଦେବା ପରେ ବନଖଣ୍ଡ ଅଧିକାରୀ କୁମ୍ଭୀରକୁ ନେଇ ଅନ୍ୟତ୍ର ଛାଡିଥିଲେ ।ଏପରି ହିଂସ୍ର କୁମ୍ଭୀରକୁ ନେଇ ଗ୍ରାମବାସୀ ଭୟଭିତ ହୋଇପଡିଥିଲେ । ସୂଚନା ଅନୁଯାୟୀ ଏହି ନଦୀରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଗାଧୋଇବା ସହ ଘରର ନିତ୍ୟ ବ୍ୟବହାର ପାଇଁ ପାଣି ଆଣିଥାନ୍ତି । ଏବେ ହିଂସ୍ର କୁମ୍ଭୀର ଦେଖାଦେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।



