
ଖୋର୍ଦ୍ଧା,୦୫/୦୫/୨୧ (ଜିଲ୍ଲା ଖବର) : ଆଜିଠୁ ରାଜ୍ୟରେ 14 ଦିନିଆ ଲକଡାଉନ ଆରମ୍ଭ ହୋଇଯାଇଛି । ତେବେ ଏହାକୁ ଦୃଷ୍ଟିରେ ରଖି ଅସାଧୁ ବ୍ୟବସାୟୀ ଅତ୍ୟାବଶ୍ୟକ ଦ୍ରବ୍ୟ ମହଜୁଦ ରଖି କଳା ବଜାରରେ ବିକ୍ରି କରିବାକୁ ଯୋଜନା କରୁଛନ୍ତି । ବିଶେଷ କରି ଆଳୁ ଏବଂ ପିଆଜ ଦର ବୃଦ୍ଧି ପାଇଛି । ଖୋର୍ଦ୍ଧା ଯୋଗାଣ ବିଭାଗ ପକ୍ଷରୁ ସହରରେ ବିଭିନ୍ନ ଦୋକାନରେ ଚଢ଼ାଉ କରାଯାଇଛି । ଏକ ଆଳୁ ବୋଝେଇ ମିନି ଟ୍ରକ ଦ୍ରୁତ ବେଗରେ ଯାଉଥିବା ବେଳେ ଯୋଗାଣ ବିଭାଗ କର୍ମଚାରୀ ତାକୁ ଅଟକାଇ କାଗଜ ପତ୍ର ବିଲ୍ ମାଗିଥିଲେ। ପ୍ରାୟ ୭୦ ପ୍ୟାକେଟ ଆଳୁ ଏହି ପିକ୍ ଅପ୍ ଭ୍ୟାନରେ ଥିଲା । ବିଲ୍ ନଥିବାରୁ ଯୋଗାଣ ବିଭାଗ ୭୦ ପ୍ୟାକେଟ ଆଳୁ ସହ ଟ୍ରକ ଜବତ କରି ତଦନ୍ତ ଆରମ୍ଭ କରିଛି ।



